www.samajalive.in
Saturday, December 13, 2025
26.1 C
Bhubaneswar

ଅଦାନୀ ଗ୍ରୁପ ସହ ୨୧ ହଜାର କୋଟିର ପ୍ରକଳ୍ପ ଚୁକ୍ତି ରଦ୍ଦ କଲା କେନିୟା

ସମାଜ ଡିଜିଟାଲ ଡେସ୍କ: ପ୍ରକଳ୍ପ ହାତେଇବାକୁ ଲାଞ୍ଚ ଦେବା ଅଦାନୀ ଗ୍ରୁପ ପାଇଁ ମହଙ୍ଗା ପଡ଼ିଛି। ଆମେରିକାର ଏକ କୋର୍ଟରେ ଏ ନେଇ ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଏଥିପାଇଁ କମ୍ପାନୀକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ବିଭିନ୍ନ ଦେଶରେ କମ୍ପାନୀ ହାତେଇଥିବା ପ୍ରକଳ୍ପ କାର୍ଯ୍ୟ ଏବେ ହାତରୁ ଖସିବାରେ ଲାଗିଛି। ଏହି କ୍ରମରେ କେନିୟା ସରକାର ଅଦାନୀ ଗ୍ରୁପ ସହିତ କରିଥିବା ଚୁକ୍ତି ରଦ୍ଦ କରିଛନ୍ତି।

କେନିୟାର ନାଇରୋବିରେ ଥିବା ମୁଖ୍ୟ ବିମାନବନ୍ଦରର ପରିଚାଳନା କାର୍ଯ୍ୟ ଅଦାନୀ ଗ୍ରୁପକୁ ଦିଆଯାଇଥିଲା। ଏହା ସହିତ ହାଇ-ଭୋଲଟେଜ ପାଓ୍ବାର ଟ୍ରାନ୍ସମିସନ ଲାଇନ୍‌ ନିର୍ମାଣ ପ୍ରକଳ୍ପ ମଧ୍ୟ ଏହି ଗ୍ରୁପକୁ ମିଳିଥିଲା। କିନ୍ତୁ ଆମେରିକାରେ ଗ୍ରୁପ ବିରୋଧରେ ଦୁର୍ନୀତି ଏବଂ ଲାଞ୍ଚ ଅଭିଯୋଗ ଆସିବା ପରେ କେନିୟା ସରକାର ଏହି ୨ଟି ପ୍ରକଳ୍ପରୁ ଓହରି ଯାଇଛନ୍ତି। ଏହି ୨ଟି ପ୍ରକଳ୍ପ ମୂଲ୍ୟ ୨୫୦ କୋଟି ଡଲାର(୨୧ ହଜାର କୋଟି ଟଙ୍କା) ରହିଥିଲା। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କେନିୟା ରାଷ୍ଟ୍ରପତି ଉଇଲିଅମ ରୁଟୋ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories