www.samajalive.in
Sunday, December 14, 2025
15.1 C
Bhubaneswar

ବାଲିଯାତ୍ରାରେ ଦର୍ଶକଙ୍କ ମନ ଜିଣିଲେ ସୁରେଶ ୱାଡକର..

କଟକ: ଜମୁଛି ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଦର୍ଶକଙ୍କ ମଧ୍ୟରେ ସଂଗୀତର ସ୍ୱାଦ ଭରିଥିଲେ ବର୍ଷିଆନ ବଲିଉଡ ଗାୟକ ପଦ୍ମଶ୍ରୀ ପ୍ରାପ୍ତ ସୁରେଶ ୱାଡକର। ମନ ଛୁଆଁ ହିନ୍ଦୀ ଗୀତ ସହ ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କ ମନ ଜିଣି ଥିଲେ ସୁରେଶ । ତେବେ ବାଲିଯାତ୍ରାକୁ ସେ ପ୍ରଥମ ଥର ପାଇଁ ଆସିଥିଲେ ମଧ୍ୟ ଓଡିଶା ଓ ଓଡ଼ିଆ ଗୀତ ସହ ତାଙ୍କର ସମ୍ପର୍କ ବେଶ ପୁରୁଣା ବୋଲି କହିଥିଲେ। ହିନ୍ଦୀ ଗୀତ ମଧ୍ୟରେ ଅର ଇସି ଦିଲ ମେ କ୍ୟା ରଖା ହେ , ମେଘରେ ମେଘରେ, ମେ ହୁଁ ପ୍ରେମ ରୋଗୀ, ଛପା ଛପା କରେ କଚଲେ, ସପନେ ମେ ମିଲତି ହେ । ସେହପରି ଓଡ଼ିଆ ଗୀତରେ ଶୋଇଜା ମାମା, ମାଆ ତୁମେ ଜଗତର, ସୀମା ହୀନ ସାଗର ଗୀତ ଗାଇ ଦର୍ଶକ ମାନଙ୍କୁ ସଙ୍ଗୀତରେ ବାନ୍ଧି ରଖିଥିଲେ। ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ୱାଡକରଙ୍କ ଗୀତକୁ ଶୁଣିବା ପାଇଁ ବାଲିଯାତ୍ରା ପଡିଆରେ ପହଁଚିଥିଲେ। କିଛି ସମୟ ଗୀତ ଶୁଣିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ପଦ୍ମଶ୍ରୀ ସୁରେଶ ୱାଡକର ବାଲିଯାତ୍ରାରେ ଆସି ଯୋଗ ଦେଇଥିବାରୁ ଗୌରବ ଅନୁଭବ କରିବା ସହ ଏହା କେବଳ ଜଗନ୍ନାଥ ପାଇଁ ସମ୍ଭବ ବୋଲି ସେ କହିଥିଲେ।

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

- Advertisement -

ପେଶାରେ ନର୍ସ, ନିଶାରେ ସାପ ଧରାଳି, ଦେଖନ୍ତୁ ଯୁବତୀଙ୍କ ଭିଡିଓ, କେମିତି ଧରନ୍ତି ସାପ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories