www.samajalive.in
Monday, December 15, 2025
26.1 C
Bhubaneswar

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

ପ୍ରତ୍ୟେକ ନୂଆ ବର୍ଷ ନୂଆ ଆଶା ଓ ଆକାଂକ୍ଷା ସହ ଆସିଥାଏ । ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୫ କେମିତି କଟିବ ଜ୍ୟୋର୍ତିବିଦ୍‌ ଏନେଇ ମତ ଦେଇଛନ୍ତି । ଆର୍ଥିକ ସ୍ଥିତିରୁ ଆରମ୍ଭ କରି କର୍ମକ୍ଷେତ୍ର, ପ୍ରେମ, ଶିକ୍ଷା, ସ୍ୱାସ୍ଥ୍ୟ, ଅବିବାହିତ ଯୁବକ, ଯୁବତୀଙ୍କ ବିବାହ, ବିଦେଶ ଯାତ୍ରାର ଯୋଜନା, ବ୍ୟବସାୟ, ଯାନ, ଭୂମି ମାମଲାରେ ନୂଆବର୍ଷ ୨୦୨୫ କେମିତି ରହିବ ଓ କେଉଁ ମାସ କେତେ ଶୁଭ ରହିବ ଜାଣନ୍ତୁ ।

ଆର୍ଥିକ ସ୍ଥିତି ଓ ସମୃଦ୍ଧି..
୨୦୨୫ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆର୍ଥିକ ଦୃଷ୍ଟି କୋଣରୁ ଶୁଭଙ୍କର ହେବ । ଆପଣଙ୍କର ଆୟ, ସାମାଜିକ ପ୍ରତିଷ୍ଠା ଓ ସମୃଦ୍ଧି ବୃଦ୍ଧି ହେବ । ବ୍ୟବସାୟରେ ଲାଭ ମିଳିବ । ପରିବାର ସହ ତୀର୍ଥ ଯାତ୍ରାର ଯୋଗ ରହିଛି ।

- Advertisement -

କର୍ମକ୍ଷେତ୍ର ଓ ବ୍ୟବସାୟ..
ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କର୍ମକ୍ଷେତ୍ର ଓ ବ୍ୟବସାୟରେ ନୂଆ ନୂଆ ସୁଯୋଗ ମିଳିବ । ବ୍ୟବସାୟ ପାଇଁ ଋଣ ପାଇଁ ଇଚ୍ଛୁକ ଥିଲେ, ଋଣ ମିଳିପାରେ । ମନ ପସନ୍ଦର ଚାକିରି ମିଳିବ । କଳା କ୍ଷେତ୍ରରେ ଜଡିତ ଲୋକେ ବିଦେଶ ଯାତ୍ରାର ସୁଯୋଗ ପାଇବେ ।

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

ପ୍ରେମ ଓ ବୈବାହିକ ଜୀବନ..
ପ୍ରେମ ସମ୍ପର୍କ ମଜଭୁତ ସହ ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହୋଇପାରେ । ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହ ଭଲ ପାଇବା ବୃଦ୍ଧି ହେବ । ମାର୍ଚ୍ଚ ମାସରେ ସାମାନ୍ୟ କଳହ ହୋଇପାରେ । ଏପ୍ରିଲ ମାସରେ ଆଧ୍ୟାତ୍ମିକ ଯାତ୍ରାର ଯୋଗ ରହିଛି । ନବ ବିବାହିତ ଯୋଡି ବିଦେଶ ଯାତ୍ରାରେ ଯାଇ ପାରନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ..
ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ପାଠପଢା ସହ ଖେଳକୁଦରେ ରୁଚି ରହିବ । ସଙ୍ଗୀତରେ ମଧ୍ୟ ରୁଚି ରହିବ ।

ସ୍ୱାସ୍ଥ୍ୟ..
ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ସାବଧାନତା ଅବଲମ୍ବନ କରନ୍ତୁ । ଥଣ୍ଡା-କାଶ ଓ ପାଚନ ଜନିତ ସମସ୍ୟା ହୋଇପାରେ । ପୁଷ୍ଟିଯୁକ୍ତ ଖାଦ୍ୟର ସେବନ କରନ୍ତୁ । ବୟସ୍କ ଲୋକଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ହୋଇପାରେ । ସନ୍ତୁଳିତ ଖାଦ୍ୟର ସେବନ କରନ୍ତୁ ।

ଶୁଭଫଳ ପାଇଁ ଉପାୟ..
ରବିବାରରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ସୋମବାର ଶିବଶଙ୍କର-ମା’ପାର୍ବତୀଙ୍କୁ କ୍ଷୀର ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ ଲାଭ ହେବ । ଶୁକ୍ରବାର ମୁଗଡାଲି ଅର୍ପଣ କରନ୍ତୁ । ଲକ୍ଷ୍ମୀ ମନ୍ଦିରରେ ଘିଅ ଦୀପ ଲଗାନ୍ତୁ । ୨୦୨୫ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୃଦ୍ଧି, ସ୍ୱାସ୍ଥ୍ୟ ଓ ସମ୍ପର୍କରେ ଉନ୍ନତି ହେବ । କର୍ମ, ପୂଜା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ ।

ଶୁଭ ମାସ- ଜାନୁଆରୀ, ମାର୍ଚ୍ଚ, ଜୁଲାଇ, ଅକ୍ଟୋବର, ନଭେମ୍ବର, ଡିସେମ୍ବର
ଅଶୁଭ – ଫେବୃଆରୀ, ଏପ୍ରିଲ, ମେ, ଜୁନ୍‌, ଅଗଷ୍ଟ, ସେପ୍ଟେମ୍ବର

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories