www.samajalive.in
Friday, December 12, 2025
26.1 C
Bhubaneswar

ଗୋଟିଏ ଚକରେ ସାଇକେଲ ଚଳାଇ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାଇକେଲରେ ଦେଶର ବିଭିନ୍ନ କୋଣକୁ ଯାତ୍ରା କରୁଥିବା ଆରୋହୀଙ୍କୁ ଆପଣ ଦେଖିଥିବେ । ରଙ୍ଗୀନ ହେଲମେଟ୍ ସହ ରାଇଡର ସୁଟ୍ ପିନ୍ଧି ସାଇକେଲ ଆରୋହୀ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି ।  କିନ୍ତୁ କେରଳର ଜଣେ ଯୁବକ ସାଇକେଲରେ ଏକ ଦୁଃସାହସିକ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କ ସାହସକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଯୁବକ ଜଣକ କନ୍ୟାକୁମାରୀରୁ ଜାମ୍ମୁ ଓ କାଶ୍ମୀରରୁ କାଶ୍ମୀର ଘାଟୀ ପର୍ଯ୍ୟନ୍ତ ସାଇକେଲର ଗୋଟିଏ ଚକରେ ଯାତ୍ରା କରୁଛନ୍ତି । ତାଙ୍କର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by T.T.D (@thetraveldiariees)

- Advertisement -

ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର ହୋଇଛି । ଭିଡିଓର କ୍ୟାପ୍ସନରେ ଲେଖାହୋଇଛି, ଆଜି ଅମୃତସରରେ ଜଣେ ବ୍ୟକ୍ତି ଭେଟ ହେଲେ । ସାନିଦ କେରଳରୁ ଗୋଟିଏ ଚକରେ ସାଇକେଲ ଚଳାଇ ଚଳାଇ ଅମୃତସର ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ନିଜ ଲକ୍ଷ୍ୟ ସ୍ଥଳ ଅର୍ଥାତ୍ କାଶ୍ମୀର ପର୍ଯ୍ୟନ୍ତ ସେ ଏହିଭଳି ଯାତ୍ରା କରିବେ । ସାନିଦଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରୁଛନ୍ତି । ଭିଡିଓରେ ନଜର ଆସୁଛି କି ତାଙ୍କ ସାଇକେଲରେ ଆଗ ଚକ ନାହିଁ ଏବଂ କେବଳ ପଛ ଚକାରେ ସେ ସାଇକେଲ ଚଳାଉଛନ୍ତି । ଭିଡିଓକୁ ୩ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ସମସ୍ତେ ପ୍ରତିକ୍ରିୟା ରଖି ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories