ଡେସ୍କ: ଆଧାର ଭିତ୍ତିକ ଓଟିପି ଜରିଆରେ କର୍ମଚାରୀଙ୍କ ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍) ସକ୍ରିୟ କରିବାକୁ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା କରାଯାଇଥିବା ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (Employment Linked Incentive Scheme) ଯୋଜନାରେ ଅଧିକରୁ ଅଧିକ ନିଯୁକ୍ତିଦାତା ଓ କର୍ମଚାରୀ ଯେପରି ଉପକୃତ ହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଇପିଏଫଓକୁ ନିଯୁକ୍ତିଦାତାଙ୍କ ସହ କାମ କରିବାକୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତିଦାତାମାନେ ଚଳିତ ଆର୍ଥିକ ବର୍ଷରେ ଯୋଗ ଦେଉଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଆଧାର ଆଧାରିତ ଓଟିପି ମାଧ୍ୟମରେ ୟୁଏଏନ ସକ୍ରିୟକରଣ ପ୍ରକ୍ରିୟା ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ପଡିବ।
Popular Categories



