ମୁମ୍ବଇ: ମହାରାଷ୍ଟ୍ରର ଧୂଲେ ଜିଲା ଅନ୍ତର୍ଗତ ଥାଲନେର ଥାନା ଅଞ୍ଚଳରେ ପୁଲିସ ୧୦ଟନ୍ (୧୦,୦୮୦ କିଲୋ) ରୁପା ସହିତ ଏକ ଟ୍ରକକୁ ଜବତ କରିଛି। ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ଏହି ରୁପା ଭର୍ତ୍ତି ଟ୍ରକ ଜବତ ହୋଇଥିଲା।
ସ୍ବତନ୍ତ୍ର ପୁଲିସ ଆଇଜି ତତ୍ତାତ୍ରେୟ କାରାଲେଙ୍କ କହିବା ଅନୁଯାୟୀ ଟ୍ରକଟି ନାଗପୁର ଅଭିମୁଖେ ଯାଉଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜବତ ରୁପା ଏକ ବ୍ୟାଙ୍କର ମାଲିକାନାଧୀନ। ଏହା ଉପରେ ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



