www.samajalive.in
Saturday, December 6, 2025
19.1 C
Bhubaneswar

ଦନ୍ତାହାତୀର ମୃତଦେହ ଠାବ

ବାରିପଦା : ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ରେଞ୍ଜ ମୋରଡା ବ୍ଲକ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲର ସୁନହଜା ଗ୍ରାମ ନିକଟ ଜଙ୍ଗଲ ପାଖ ଧାନକ୍ଷେତରୁ ଦନ୍ତାହାତୀ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଘଟଣାସ୍ଥଳରେ ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ମନୁୱାର ଖାଁଙ୍କ ନେତୃତ୍ୱରେ ତଦନ୍ତ କରାଯାଇଥିଲେ ମଧ୍ୟ ସନ୍ଧ୍ୟା ହୋଇଯାଇଥିବାରୁ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ନ ଥିଲା। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ହିଁ ହାତୀ ମୃତ୍ୟୁର ସଠିକ୍‌‌ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ହାତୀର ମୃତଦେହ ପଡ଼ିଥିବା ସ୍ଥାନରେ ଏକାଧିକ ହାତୀଙ୍କ ପାଦ ଚିହ୍ନ ଥିବା କାରଣରୁ ଦୁଇ ଦନ୍ତାହାତୀ ମଧ୍ୟରେ ଲଢ଼େଇ ଜଣଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ତିନିଦିନ ଧରି ୨ ହାତି ମଧ୍ୟରେ ଲଢେଇ ହେଉଥିବା ଗ୍ରାମବାସୀ ଦେଖିଥିବା କହିଛନ୍ତି। ଦନ୍ତାହାତୀ ର ମୃତଦେହ କାଦୁଅରେ ପଡି ଫୁଲି ଯାଇଥିବାରୁ ଏହାର ମୃତ୍ୟୁ ୨୪ଘଣ୍ଟା ଆଗରୁ ହୋଇଥିବା ଅନୁମାନ କରାଯାଉଛି। ମୃତ ଦନ୍ତାହାତୀଟି ଅଣ୍ଡିରା ଏବଂ ବୟସ ଆଠରୁ ଦଶବର୍ଷ ହେବ। ଗତ କିଛିଦିନ ହେଲା ଏହି ରେଞ୍ଜର ବିଭିନ୍ନ ସ୍ଥାନରେ ୬୦ରୁ ଊର୍ଦ୍ଧ୍ବ ହାତୀ ଛୋଟଛୋଟ ଗୋଠ କରି ରହୁଛନ୍ତି ସୁନାହଜା ଗ୍ରାମ ନିକଟ ଜଙ୍ଗଲରେ ମଧ୍ୟ କିଛି ହାତୀ ରହୁଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories