www.samajalive.in
Sunday, December 7, 2025
23.1 C
Bhubaneswar

କାନାଡ଼ା ବିଦ୍ୟାଳୟରେ ଓଡ଼ିଆ ପାଠପଢ଼ା

ଟରଣ୍ଟୋ: କାନାଡାର ବିଦ୍ୟାଳୟରେ ପଢାଯାଉଛି ଓଡ଼ିଆ ଭାଷା। ଓଡ଼ିଆ ଭାଷା ଶିକ୍ଷାକୁ କାନାଡାର ଟରଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ (ଟିଡିଏସ୍‌ବି) ଏହାର ପାଠ୍ୟକ୍ରମରେ ସାମିଲ କରିଛି। ନଭେମ୍ବର ୮ରେ ଟିଡିଏସ୍‌ବି ଏହାର ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ସାମିଲ କରିଥିବାବେଳେ ନଭେମ୍ବର ୧୬ରୁ ଏହି ବିଷୟର ପଢା ଆରମ୍ଭ ହୋଇଛି। ଟିଡିଏସ୍‌ବିର ଅନୁବନ୍ଧିତ ଟାମ୍ ସାଣ୍ଟର ଜୁନିୟର ପବ୍ଲିକ୍ ସ୍କୁଲରେ ଓଡ଼ିଆ ଭାଷା ଶିକ୍ଷା ଆରମ୍ଭ ହୋଇଛି। ପ୍ରତି ସପ୍ତାହର ଶନିବାର ସକାଳ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦିଆଯାଉଛି। ଓଡ଼ିଆ ଭାଷା ଶିକ୍ଷା ପାଇଁ ୩ରୁ ୧୨ବର୍ଷ ବୟସର ୨୫ଜଣ ପିଲା ନାମ ପଞ୍ଜୀକରଣ କରିଛନ୍ତି। ସୁନନ୍ଦା ମିଶ୍ର ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେଉଛନ୍ତି। ପଢା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଉଛି ବୋଲି ସୁନନ୍ଦା କହିଛନ୍ତି। ତେବେ ଏହି ପାଠପଢା ଅନ୍‌ଲାଇନ ମାଧ୍ୟମରେ ହେଉଛି। ପାଠ୍ୟକ୍ରମର ଅବଧି ତିନିବର୍ଷ ରଖାଯାଇଛି। ପୂର୍ବରୁ ଆନ୍ତର୍ଜାତିକ ଭାଷା ଭାବେ ହିନ୍ଦୀ, ତେଲୁଗୁ, ତାମିଲ ଆଦିକୁ ଟିଡିଏସ୍‌ବି ଏହାର ପାଠ୍ୟକ୍ରମରେ ସାମିଲ କରିସାରିଛି। ଟରଣ୍ଟୋରେ ରହୁଥିବା ଓଡ଼ିଆ ଦନ୍ତଚିକିତ୍ସକ ଅମ୍ରିତା ଦାସ କହିଛନ୍ତି ଯେ ସେ ତାଙ୍କ ପୁଅକୁ ଓଡ଼ିଆ ଭାଷା ଶିକ୍ଷା ଲାଗି ପଞ୍ଜୀକରଣ କରାଇଛନ୍ତି। ଅମ୍ରିତାଙ୍କ ଭଳି ଅନ୍ୟ ଓଡ଼ିଆମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ଓଡ଼ିଆ ଭା​‌ଷା ଶିକ୍ଷା ଦେବା ଲାଗି ଆଗ୍ରହୀ ଅଛନ୍ତି। ଓଡିଆ ଭାଷା ଶିକ୍ଷା ଲାଗି କାନାଡା-ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍‌ ସଭାପତି କମଳାକାନ୍ତ ବେହେରା ଓ ଉପସଭାପତି ସତ୍ୟ ଦାସ ପ୍ରତି ପିଲା ପିଛା ୨୦ ଡଲାର ଲେଖାଏଁ ପଞ୍ଜୀକରଣ ଦେୟ ପୈଠ କରୁଛନ୍ତି। ଶିକ୍ଷୟିତ୍ରୀ ସୁନନ୍ଦାଙ୍କୁ ଦରମା ବାବଦ ଅର୍ଥ କାନାଡା ସରକାର ପ୍ରଦାନ କରିବେ। ପିଲାମାନଙ୍କୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories