www.samajalive.in
Sunday, December 14, 2025
26.1 C
Bhubaneswar

ଧାନ ବିଲରେ ଯୁବକଙ୍କୁ ଦଳି ଦେଲା ହାତୀ

ସମ୍ବଲପୁର : ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଆଜି ସମ୍ବଲପୁର ହାତୀବାରୀ ଟେଙ୍ଗୁପଡାରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଟେଙ୍ଗପଡ଼ା ଗାଁର ଗଣେଶ ଭୋଇ ବୋଲି ଜଣାପଡିଛି। ଅନେକ ସମୟରେ କିଛି ହାତୀ ପଲ ଗାଁରେ ପଶି ବହୁ ଧନସମ୍ପତ୍ତି  ହାନୀ କରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ତେଣୁ ରବିବାର ଗଣେଶ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ଲାଗି ବିଲକୁ ଜଗିବା ପାଇଁ ଯାଇଥିଲେ। ଏହି ସମୟରେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ କିଛି ସ୍ଥାନୀୟ ଲୋକ ବିଲରେ ଗଣେଶଙ୍କର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତି ବିଧି ଉପରେ ନଜର ରଖିଛି।

 

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories