କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ
ମେଷ: ରବିବାର ଓ ସୋମବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପାରିବାରିକ ଶାନ୍ତିଲାଭ ହେବ। ମଙ୍ଗଳବାର ଓ ବୁଧବାର ଉଦ୍ୟମେ କାର୍ଯ୍ୟ ସିଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଗୁରୁବାର ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଦୂରଯାତ୍ରା କରିପାରନ୍ତି। ଶନିବାର ଜଗିରଖି ଚଳିବେ। ସାମାନ୍ୟ ଅସୁବିଧା ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ଅସୁବିଧାରେ ପଡ଼ିପାରନ୍ତି। ମଙ୍ଗଳବାର ଓ ବୁଧବାର ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ସମୟ ଅନୁକୂଳ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶନିବାର ଓ ଶୁକ୍ରବାର ସମୟ ଅନୁକୂଳ ରହିବ। ଶନିବାର ନୂତନ ଭୂମି କ୍ରୟ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ପାରିବାରିକ ଶାନ୍ତି ଲାଭ ହେବ। ଆର୍ଥିକ ଅନଟନ ଦୂରହେବ। ମଙ୍ଗଳବାର ଓ ବୁଧବାର ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍ ବିପଦରେ ପଡ଼ିବେ। ଗୁରୁବାର ଓ ଶୁକ୍ରବାର ସମସ୍ୟା ଦୂର ପାଇଁ ପ୍ରଚେଷ୍ଟା କରିବେ। ଗୁରୁଜନମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଶନିବାର ଶତ୍ରୁ ଉପରେ ବିଜୟଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗାଷ୍ଟକ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ମାଲି ମକଦ୍ଦମାରେ ବିଜୟ ଲାଭ କରିବେ। ମଙ୍ଗଳବାର ଓ ବୁଧବାର ଋଣମୁକ୍ତି ପାଇଁ ପ୍ରୟାସ କରିବେ। ଭ୍ରମଣ ଯୋଗ ସୃଷ୍ଟି ହେବ। ଗୁରୁବାର ଓ ଶୁକ୍ରବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିବେ। ଶନିବାର ମଧ୍ୟମଫଳ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଆୟ ଓ ବ୍ୟୟ ମଧ୍ୟମ ରହିବ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କାଟିବେ। ମଙ୍ଗଳବାର ଓ ବୁଧବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ନୂତନ ଦ୍ରବ୍ୟ କ୍ରୟ କରିବେ। ଗୁରୁବାର ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ଆନନ୍ଦ ଲାଭ କରିବେ। ଶନିବାର ଜଗିରଖି ଚଳନ୍ତୁ। ବିବାଦରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସ୍ଥିତପ୍ରଜ୍ଞ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ବିବାଦଗ୍ରସ୍ତ ହେବେ। ପଡ଼ୋଶୀଙ୍କ ସହ ମନାନ୍ତର ଦେଖାଦେବ। ମଙ୍ଗଳବାର ଓ ବୁଧବାର ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଗୁରୁବାର ଓ ଶୁକ୍ରବାର ପ୍ରତିଷ୍ଠା ଲାଭ କରିବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶନିବାର କର୍ମକ୍ଷେତ୍ର ବ୍ୟାପକ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଭାଈଙ୍କ ସହଯୋଗ ପ୍ରାପ୍ତ ହେବ। ଅଟକିଥିବା କାର୍ଯ୍ୟକୁ ସାରିବା ପାଇଁ ଚେଷ୍ଟା କରିବେ। ମଙ୍ଗଳବାର ଓ ବୁଧବାର ଶତ୍ରୁଦ୍ବାରା ପରାସ୍ତ ହେବେ। ପାରିବାରିକ କଳହ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆୟ ବୃଦ୍ଧି ହେବ। ନୂତନ ଯାନବାହନ କ୍ରୟ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସହସ୍ରନାମ ପାଠ କରନ୍ତୁ।
ବିଛା:ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ସନ୍ତାନଙ୍କ ପାଠପଢ଼ା ନେଇ ଚିନ୍ତା ପ୍ରକଟିତ ହେବ। ମଙ୍ଗଳବାର ଓ ବୁଧବାର ନୂତନ ବ୍ୟବସାୟ ଆରମ୍ଭ କରିବେ। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଗୁରୁବାର ଓ ଶୁକ୍ରବାର ଜମିବାଡ଼ି ସଂକ୍ରାନ୍ତ ସମସ୍ୟା ଦେଖାଦେବ। ଶତ୍ରୁ ବୃଦ୍ଧି ହେବ। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଲକ୍ଷ୍ମୀଙ୍କ ସ୍ତୋତ୍ର ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ପ୍ରତିଷ୍ଠାଯୁକ୍ତ ହେବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ମଙ୍ଗଳବାର ଓ ବୁଧବାର ବ୍ୟୟ ଅଧିକ ହେବ। ଋଣଗ୍ରସ୍ତ ହୋଇପାରନ୍ତି। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଶନିବାର ଜଗିରଖି ଚଳନ୍ତୁ। ବିପଦରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଆଘାତ ଲାଗିପାରେ। ମଙ୍ଗଳବାର ଓ ବୁଧବାର ସମୟୋପଯୋଗୀ କାର୍ଯ୍ୟ କରି ପ୍ରଶଂସିତ ହେବେ। ପଦମର୍ଯ୍ୟାଦା ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ଆନନ୍ଦିତ ହେବେ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’କାଳୀଙ୍କ ମନ୍ତ୍ର ଜପ କରନ୍ତୁ। କୁମ୍ଭ:ରବିବାର ଓ ସୋମବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଶ୍ରୀ ଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର ବାକ୍ ସଂଯମୀ ହୁଅନ୍ତୁ ନଚେତ୍ ଅସୁବିଧାରେ ପଡ଼ିବେ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ଗୁରୁବାର ଓ ଶୁକ୍ରବାର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତି କରିବେ। ବୃତ୍ତିଗତ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଶନିବାର ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ଧନପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ସୃଜନଶୀଳ ପ୍ରତିଭାର ବିକାଶ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଗୁରୁବାର ଓ ଶୁକ୍ରବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଶନିବାର ଆର୍ଥିକ ଅନଟନ ଦୂରହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦଚିତ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।
Comments are closed.