www.samajalive.in
Saturday, December 13, 2025
18.1 C
Bhubaneswar

ମହନ୍ତ ଶିବକୁମାର ସ୍ବାମୀଙ୍କ ହେଦାନ୍ତ : କର୍ଣ୍ଣାଟକରେ ତିନି ଦିନ ପାଇଁ ଶୋକ

ବେଙ୍ଗାଲୁରୁ : ଲିଙ୍ଗାୟତ-ବୀରଶୈବ୍ୟ ମହନ୍ତ ଶିବକୁମାର ସ୍ବାମୀଙ୍କର ସୋମବାର ଦେହାନ୍ତ ଘଟିଛି। ୧୧୧ ବର୍ଷ ବୟସ୍କ ମହନ୍ତ ସିଦ୍ଦଗଙ୍ଗାଠାରେ ପୂର୍ବାହ୍ଣ ୧୧ଟା ୪୪ରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଏବଂ କର୍ଣ୍ଣାଟକ ବିଜେପି ମୁଖ୍ୟ ବି. ଏସ୍‌. ୟେଦୁରପ୍ପାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଘୋଷଣା କରିଛନ୍ତି। ମଙ୍ଗଳବାର ଅପରାହ୍ଣ ୪ଟା୩୦ ମିନିଟରେ ମହନ୍ତଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସେ ସୂଚନା ଦେଇଛନ୍ତି। ମହନ୍ତଙ୍କ ବିୟୋଗରେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି କୁମାରସ୍ବାମୀ ସରକାର। ରାଜ୍ୟରେ ଦିନକ ପାଇଁ ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଗତ ଦୁଇମାସ ହେବ  ମହନ୍ତ ଶିବକୁମାର ସ୍ବାମୀ ବୟସାଧିକ୍ୟ କାରଣରୁ ଅସୁସ୍ଥ ଥିଲେ। ସିଦ୍ଦଗଙ୍ଗା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ଥିଲା।

ତାଙ୍କ ଶରୀରରେ ପ୍ରୋଟିନ ସ୍ତର ଏବଂ ରକ୍ତଚାପ କମ ହୋଇଯାଇଥିବା ତାଙ୍କ ଚିକିତ୍ସକ ପରମେଶ ଶିବନା ସୋମବାର ପୂର୍ବାହ୍ଣରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମହନ୍ତଙ୍କ ପରଲୋକକୁ ନେଇ ଲିଙ୍ଗାୟତ ସମ୍ପ୍ରଦାୟ ମଧ୍ୟରେ ଶୋକ ପ୍ରକାଶ ପାଇଛି। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ମହନ୍ତଙ୍କ ଶେଷଦର୍ଶନ ନେଇ ଉତ୍ସୁକତା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ଗୃହମନ୍ତ୍ରୀ ଏମ୍‌. ବି. ପାଟିଲ ଏକ ବୈଠକ ଡକାଇ ମଠ ନିକଟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଅନ୍ୟପଟେ ୟେଦୁରପ୍ପା, କେନ୍ଦ୍ର ମନ୍ତ୍ରୀ ଡି. ଭି. ସଦାନନ୍ଦ ​ଗୌ‌ଡା ଓ ବିଜେପି ସାଂସଦ ଶୋଭା କରଣ୍ଡଲାଜେ ନିଜ ନିଜ କାର୍ଯ୍ୟକ୍ରମ ବାତିଲ କରି ମଠ ଅଭିମୁଖେ ଯାତ୍ରା କରିଛନ୍ତି।

- Advertisement -
ଫାଇଲ ଫଟୋ : ଶ୍ରୀ ଶିବ କୁମା ସ୍ବାମିଜୀଙ୍କ ସହତି ପୂର୍ବନତ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମା

ବହୁ ନେତା ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହନ୍ତ ତାଙ୍କ ଜୀବନ ଦରିଦ୍ରଙ୍କ ସେବାରେ ଉତ୍ସର୍ଗ କରିଥିଲେ। ଦାରିଦ୍ର୍ୟ, ଅନାହାର ଓ ଅନ୍ୟାୟ ଦୂରୀକରଣ ଦିଗରେ ସେ ନିରନ୍ତର ଉଦ୍ୟମ କରିଥିଲେ। ଧାର୍ମିକ ମନୋଭାବ ତଥା ଦୟା ପୂର୍ବକ ସେବା ପ୍ରଦାନ କରିବା ସହ ଅବହେଳିତଙ୍କ ଅଧିକାରର ସୁରକ୍ଷା ଦିଗରେ ସେ ସର୍ବଦା ଉଦ୍ୟମରତ ଥିଲେ। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ଦର୍ଶାଇବା ସହିତ ସେ ମହନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ମହନ୍ତଙ୍କ ଶେଷଦର୍ଶନ ଲାଗି ମଠକୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ଲାଗି ରହିଛି। ଏଥିନିମିତ ମଠ ଚାରିପଟେ ଅସ୍ଥାୟୀ ହେଲିପ୍ୟାଡ ବ୍ୟବସ୍ଥା କରାଯାଇଛି। କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ମଧ୍ୟ ଭକ୍ତଙ୍କ ଶୁଅ ଛୁଟିଛି। ଉଲ୍ଲେଖ ଯେ ସିଦ୍ଦଗଙ୍ଗା ମଠର ମୁଖ୍ୟ ମହନ୍ତ ଡକ୍ଟର ଶିବକୁମାର ସ୍ବାମୀଜୀ ଲିଙ୍ଗାୟତଙ୍କ ମଧ୍ୟରେ ‘ଜୀବନ୍ତ ଭଗବାନ’ ଭାବେ ପରିଗଣିତ ଥିଲେ। ସେ ଶ୍ରୀ ସିଦ୍ଦଗଙ୍ଗା ଶିକ୍ଷା ସମାଜର ମୁଖ୍ୟ ଥିଲେ। ଏହି ପ୍ରତିଷ୍ଠାନ ଅଧୀନରେ ରାଜ୍ୟରେ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟକରୁଛି। ୨୦୦୭ରେ ତାଙ୍କ ଶହେତମ ଜନ୍ମ ଦିନ ଅବସରରେ ରାଜ୍ୟ ସରକାର ତାଙ୍କୁ ରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ ସମ୍ମାନୀତ କରିଥିଲେ। ୨୦୧୫ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ ସମ୍ମାନ ପ୍ରଦାନ କରିଥିଲେ। ମହନ୍ତଙ୍କୁ ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ ଲାଗି କୁମାରସ୍ବାମୀ କେନ୍ଦ୍ର ନିକଟରେ ଦାବି ଉଠାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories