www.samajalive.in
Wednesday, December 10, 2025
23.1 C
Bhubaneswar

ମାନସୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ଗୁମୁରାସ୍ଥିତ ମାନସୀ ଆବାସିକ ବିଦ୍ୟାଳୟରେ ଗୁରୁବାର ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଚେୟାରମ୍ୟାନ୍‌‌ ରବିନାରାୟଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶିକା ଉଷାରାଣୀ ମହାନ୍ତ ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଫକୀର ମୋହନ ଦାସ୍‌‌ ପ୍ରାରମ୍ଭରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଜବାହରଲାଲ ନେହେରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଚେୟାରମ୍ୟାନ୍‌‌ ଶ୍ରୀ ମହାନ୍ତ ନେହେରୁଙ୍କ ବିଷୟରେ ଅଭିଭାଷଣ ପ୍ରଦାନ କରିବା ସହ ପିଲାଙ୍କ ଜୀବନ ଉଜ୍ଜ୍ୱଳ ସକାଶେ ସୁନ୍ଦର କାହାଣୀ ମାଧ୍ୟମରେ ଉଦବୋଧନ ଦେଇଥିଲେ। ଜ୍ୟୋତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭଜନ ଓ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଲା। ଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଶିକ୍ଷକ ମାନସରଞ୍ଜନ ମହାନ୍ତ, ପ୍ରଭଞ୍ଜନ ସାହୁ, ପୃଥ୍ୱୀରାଜ ମହାନ୍ତ, ତପନ କୁମାର ନାଏକ, ମଳୟରଞ୍ଜନ ମହାନ୍ତ, ଶିକ୍ଷୟିତ୍ରୀ ମାନସୀରାଣୀ ମହାନ୍ତ, ଝୁଲିରାଣୀ ଦାସ, ମମତାରାଣୀ ମହାନ୍ତ, ମଧୁସ୍ମିତା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories