www.samajalive.in
Sunday, December 7, 2025
26.1 C
Bhubaneswar

ପିଏମ ଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଗୋପାଳପୁର: ଗୋପାଳପୁର ପିଏମ ଶ୍ରୀ କେ ଭି ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧକ୍ଷ ବି ଏନ୍ ଦାସ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବିଦ୍ୟାର୍ଥୀମାନଙ୍କୁ ତାଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାଥମିକ ଏଵଂ ମାଧ୍ୟମିକ ବର୍ଗର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ସହିତ ଶିଶୁ ମନୋଭାବ ଆଧାରିତ ଅଭିନୟ ପରିବେଷଣ କରାଯାଇଥିଲା। କୁନି କୁନି ପିଲାମାନେ ନିଜକୁ ଖୁବ ସୁନ୍ଦର ଭାବେ ସଜେଇ ଫ୍ୟାନ୍ସୀ ଡ୍ରେସ୍ କାର୍ଯକ୍ରମରେ ଭାଗ ନେଇଥିଲେ । ବିଦ୍ୟାଳୟ ପକ୍ଷରୁ ‘ବାଲ୍ୟ ଉତ୍ସବ’ର ଆୟୋଜନ କରାଯାଇଥିବା ବେଳେ ଏଥିରେ ପାଖାପାଖି ୯୫ଟି ଷ୍ଟଲ୍ ରେ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନେ ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସହିତ, ପୁସ୍ତକ, ହାତତିଆରି ଦୀପ, ହସ୍ତଶିଳ୍ପର ସୁନ୍ଦର ଉପକରଣମାନ ପରିବେଷଣ କରିଥିଲେ। ଅଧ୍ୟକ୍ଷ ମହୋଦୟଙ୍କ ପତ୍ନୀ ମମତା ଦାସ ବାଲ୍ୟ ମେଳାର ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷ ଏବଂ ତାଙ୍କ ପତ୍ନୀ ବିଭିନ୍ନ ଷ୍ଟଲ୍ ମାନ ବୁଲି ବିଭିନ୍ନ ଉପକରଣ କିଣି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରତାପ ସେନାପତି ଏବଂ ଅନ୍ୟ ପ୍ରାଥମିକ ଶିକ୍ଷକମାନେ କାର୍ଯକ୍ରମର ସୁପରିଚାଳନା କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories