www.samajalive.in
Saturday, December 6, 2025
15.1 C
Bhubaneswar

ଏନ୍‍. ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ମାମଲା ; ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦଲ୍ଲୀ : ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ଏନ୍‍. ନାଗେଶ୍ୱର ରାଓଙ୍କୁ ନିଯୁକ୍ତିକୁ ଚାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓହରି ଯାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ନୂଆ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ମନୋନୟନ କମିଟିରେ ସେ ସଦସ୍ୟ ରହିବେ। ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଉଚ୍ଚକ୍ଷମତା ସଂପନ୍ନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି କିମ୍ବା ତାଙ୍କର ଜଣେ ପ୍ରତିନିଧି ସଦସ୍ୟ ରହିବାର ବ୍ୟବସ୍ଥା ରହିଛି।  କମନ କଜ୍‍ ପକ୍ଷରୁ ସେହି ଆବେଦନକୁ ପ୍ରଧାନ ବିଚାରପତି ଓ ଜଷ୍ଟିସ୍‍ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ଶୁଣାଣି କରୁଥିଲେ।

ଚଳିତ ସପ୍ତାହରେ ସିବିଆଇର ପରବର୍ତ୍ତୀ ନିର୍ଦେଶକ ଚୟନ କମିଟି ବୈଠକ ଥିବାରୁ ସେ ଏହି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ଗୋଗଇ ଦର୍ଶାଇଛନ୍ତି। ସ୍ବେଚ୍ଛାସେବୀ ସଂସ୍ଥା ‘କମନକଜ୍‌’ ଦ୍ବାରା କରାଯାଇଥିବା ଏହି ଆବେଦନ ଉପରେ ବୁଧବାର ବିଚାରପତି ଏ. କେ. ସିକ୍ରିଙ୍କ କୋର୍ଟ ନମ୍ବର ୨ରେ ପରବର୍ତ୍ତୀ ଶୁଣାଣି ହେବ। ରାଓଙ୍କ ନିଯୁକ୍ତି ରଦ୍ଦ କରିବା ଦାବିରେ ସଂସ୍ଥା ପକ୍ଷରୁ ଜାନୁଆରୀ ୧୪ରେ ଏହି ଆବେଦନ କରାଯାଇଥିଲା। ଏଥିସହ ସିବିଆଇରେ ନିଯୁକ୍ତି ନିମନ୍ତେ ଏକ ସ୍ବଚ୍ଛ ପ୍ରକ୍ରିୟା ଆଣିବାକୁ ଏଥିରେ ନିବେଦନ କରାଯାଇଥିଲା। ଉଲ୍ଲେଖ ଯେ, ଜାନୁଆରୀ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଉଚ୍ଚ କ୍ଷମତାସମ୍ପନ୍ନ ଚୟନ କମିଟି ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇବା ସହିତ ନାଗେଶ୍ବର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶକ ନିଯୁକ୍ତ କରିଥିଲେ। ଏହା ପୂର୍ବରୁ ଅକ୍ଟୋବରରେ ସିବିଆଇ ସଙ୍କଟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକ ରାତିଅଧିଆ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବର୍ମାଙ୍କୁ ଦୀର୍ଘ ଦିନ ଛୁଟିରେ ପଠାଇବା ସହିତ ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶକ ନିଯୁକ୍ତ କରିଥିଲେ। ମାତ୍ର ବର୍ମା ଆଇନର ଆଶ୍ରୟ ନେବାରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଉଚ୍ଚ କମିଟି ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ନେଇଥିଲା। ତେବେ କମିଟିର ସୁପାରିସ ପରିବର୍ତ୍ତେ ପୂର୍ବ ନିଷ୍ପତ୍ତିକ୍ରମେ ରାଓଙ୍କୁ ନିଯୁକ୍ତ କରାଯାଇଥିବା ସଂସ୍ଥା ଏହାର ଆବେଦନରେ ଦର୍ଶାଇଛି। ଅନ୍ୟପଟେ ସିବିଆଇ ନିର୍ଦେଶକ ପଦରୁ ହଟାଯିବା ପରେ ବର୍ମାଙ୍କୁ ଅଗ୍ନିଶମ ବିଭାଗ ନିର୍ଦେଶକ ଭାବେ ବଦଳି କରାଯାଇଥିଲା। ମାତ୍ର ବର୍ମା ଉକ୍ତ କାର୍ଯ୍ୟରେ ଯୋଗଦେବାକୁ ମନା କରିବା ସହିତ ଅବସରର କିଛି ଦିନ ପୂର୍ବରୁ ଚାକିରିରୁ ଇସ୍ତଫା ଦେଇଛନ୍ତି। ସିବିଆଇ ନିର୍ଦେଶକ ପଦ ଖାଲି ପଡିଥିବାରୁ ଚୟନ କମିଟି ଏହାକୁ ତୁରନ୍ତ ପୂରଣ କରିବା ନିମନ୍ତେ ବୈଠକ ଡକାଇଛନ୍ତି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories