www.samajalive.in
Monday, December 8, 2025
16.1 C
Bhubaneswar

ଆଇଫୋନ୍‌ରେ ଏବେ ଯାଞ୍ଚ କରି ହେବ କର୍କଟ..

ନୂଆଦିଲ୍ଲୀ : ଆଇଫୋନ୍‌ ସାହାଯ୍ୟରେ ଗଳା କର୍କଟକୁ ମଧ୍ୟ ଯାଞ୍ଚ କରାଯାଇପାରିବ। ଗ୍ରାହକଙ୍କୁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡିବ ନାହିଁ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଲମ୍ବା ଧାଡିରେ ଅପେକ୍ଷା କରିବାର ସମସ୍ୟାରୁ ଦୂରେଇ ରଖିବା ପାଇଁ ଶୀଘ୍ର ଯାଞ୍ଚ କରିବା ପାଇଁ  ଆଇଫୋନ୍‌ କର୍କଟ ରୋଗକୁ ଚିହ୍ନିବାର କାମ କରିବ ବୋଲି କୁହାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଇଛି। ଫଳରେ ଲୋକେ ରୋଗର ଯାଞ୍ଚ ଓ ଚିହ୍ନଟ ପାଇଁ ଲମ୍ବା ଧାଡିରେ ଅପେକ୍ଷା କରି ରହୁଥିବା ଦେଖାଯାଉଛି। ଏହି ସମସ୍ୟା ଏବେ ଆଇଫୋନ୍‌ ଦୂର କରି ପାରିବ।

- Advertisement -

ଏଥିପାଇଁ ଆଇଫୋନ୍‌ ସହ ଏକ ଆଡାପ୍ଟର ଲଗାଇବାକୁ ପଡିବ। ଫଳରେ କ୍ୟାମେରା ସହ ଯୋଡି ହେବା ପରେ ଫଟୋ କ୍ଲିକ୍‌ କରାଯିବ। ଏହାପରେ ହେଲଥ୍‌ କେୟାର ପକ୍ଷରୁ କ୍ଲିକ୍‌ ହୋଇଥିବା ଫଟୋକୁ ଯାଞ୍ଚ କରାଯିବ। ଆଇଫୋନ୍‌ରୁ କ୍ଲିକ୍‌ ହୋଇଥିବା ଫଟୋକୁ କିଛି ଘଣ୍ଟା ମଧ୍ୟରେ ଯାଞ୍ଚ କରାଯାଇ କର୍କଟ ବିଷୟରେ ସଠିକ୍‌ ତଥ୍ୟ ପ୍ରଦାନ କରାଯିବ।

ଏଥିପାଇଁ ଆଇଫୋନ୍‌ର ବ୍ୟବହାରକୁ ଏନଏଚଏସ ପକ୍ଷରୁ ପରୀକ୍ଷାମୂଳକ ଭାବେ କରାଯାଉଛି। ଏହି ଆଡାପ୍ଟର ସହ ଏକ ଏଣ୍ଡୋସ୍କୋପ ଆଇପିସ୍‌ ଲଗାଯାଇଛି । ଯାହାକୁ ଆଇଫୋନ୍‌ ସହ କନେକ୍ଟ କରାଯାଇଥାଏ । ଏହି ଟୁଲ୍‌ରୁ ଗଳାର ହାଇ ରିଜୋଲିୟୁସନ୍‌ ଫଟୋ ନିଆଯାଇଥାଏ।
ରିପୋର୍ଟ ଅନୁଯାୟୀ, ଏହି ଫଟୋକୁ ଏକ ଆପ୍‌ ମାଧ୍ୟମରେ ସୁରକ୍ଷିତ ଭାବେ ଅପଲୋଡ୍‌ କରାଯାଏ । ଏହାପରେ ଏହାକୁ ଏକ୍ସେସ୍‌ କରାଯିବା ସହ ଯାଞ୍ଚ କରାଯାଏ ।
ସାଧାରଣତଃ ଗଳା କର୍କଟକୁ ଜାଣିବା ପାଇଁ ଏଣ୍ଡୋସ୍କୋପିର ଆବଶ୍ୟକତା ରହିଛି । ଏଥିପାଇଁ ହସ୍ପିଟାଲ ଯିବାକୁ ପଡିଥାଏ ।
କର୍କଟକୁ ଯାଞ୍ଚ କରିବା ପାଇଁ ଏକ ଟ୍ୟୁବ୍‌କୁ କ୍ୟାମେରା ସହ ପାଟି ଦେଇ ଗଳାକୁ ପଠାଯାଇ ଏହାର ଯାଞ୍ଚ କରାଯାଇଥାଏ ।

ଜାଣନ୍ତି କି ସୁପରଷ୍ଟାର ଶାହାରୁଖ୍‌ ପିନ୍ଧିଥିବା ଏହି ଘଣ୍ଟାର ଦାମ୍‌ କେତେ..

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ୩ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ, ମିଳିବ ଲକ୍ଷ୍ମୀ-ନାରାୟଣଙ୍କ କୃପା..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories