www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱ ନିମୋନିଆ ଦିବସରେ ଜନ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ବ ନିମୋନିଆ ଦିବସରେ ଜନସଚେତନତା ସୃଷ୍ଟି କରାଯାଇଛି । ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ୍ ନିମୋନିଆ ରୋଗର କାରଣ, ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ। ପରିସ୍କାର ପରିଛନ୍ନତାର ଅଭାବ ଏବଂ ଦୁଷିତ ପରିବେଶ ନିମୋନିଆ ରୋଗର କାରଣ ହୋଇଥିବାରୁ ଏଥିପ୍ରତି ସଚେତନ ଓ ସତର୍କ ହେବା ଜରୁରୀ। ନିମୋନିଆ ଲକ୍ଷଣ ଦେଖାଦେବା ମାତ୍ରେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କଲେ ରୋଗ ଉପଶମ ହୋଇପାରିବ ବୋଲି ଶ୍ରୀ ଅସଲମ କହିଥିଲେ। ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶା କର୍ମୀ ମନୋରମା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories