ଏଲନ ମସ୍କଙ୍କ ସହ ମିଶି କାମ କରିବେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ, ଟ୍ରମ୍ପ ଦେଲେ ବଡ ଦାୟିତ୍ବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ ପରେ ଡୋନାଲ୍ଡ ଟ୍ରମ୍ପ ନିଜ ଦଳ ଗଢିବାରେ ଲାଗିପଡିଛନ୍ତି । ଆମେରିକାରେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥଗ୍ରହଣ ୨୦ ଜାନୁୟାରୀ ୨୦୨୫ରେ ହେବ । କିନ୍ତୁ ଏହା ପୂର୍ବରୁ ସେ ଟେସଲା ତଥା ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କଙ୍କ ବଡ ଦାୟିତ୍ବ ପ୍ରଦାନ କରିଛନ୍ତି । ଟ୍ରମ୍ପ ଘୋଷଣା କରିଛନ୍ତି କି ଏଲନ ମସ୍କ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କ ସହିତ ମିଶି ନୂଆ ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବେ । ଏଲନ ମସ୍କ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହାର ସୂଚନା ଦେଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ଅଫିସିଆଲ ବୟାନରେ କହିଛନ୍ତି କି ‘ଏହା ଘୋଷଣା କରି ଖୁସି ଲାଗୁଛି କି ମହାନ ଏଲନ ମସ୍କ ଆମେରିକୀୟ ଦେଶଭକ୍ତ ବିବେକ ରାମାସ୍ବାମୀଙ୍କ ସହ ମିଶି ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବେ । ଉଭୟ ମିଶି ଅନାବଶ୍ୟକ ଖର୍ଚ୍ଚ କମ୍ କରିବେ, ବିଜୁଳିଖର୍ଚ୍ଚ କମ୍ କରିବେ ଏବଂ ସଂଘୀୟ ଏଜେନ୍ସିର ପୁର୍ନଗଠନର ମାର୍ଗ ପ୍ରଶସ୍ଥ କରିବେ । ଏହା ସେଭ୍ ଆମେରିକା ଆନ୍ଦୋଳନ ପାଇଁ ଆବଶ୍ୟକ ।’

ଟ୍ରମ୍ପଙ୍କ ସହ ବିବେକ ରାମାସ୍ବାମୀ

 

‘ମୁଁ ଆଶା କରୁଛି ଏଲନ ମସ୍କ ଏବଂ ବିବେକ ରାମାସ୍ବାମୀ ଦକ୍ଷତା ଉପରେ ଧ୍ୟାନ ଦେବେ ଏବଂ ଆମେରିକୀୟଙ୍କ ଜୀବନକୁ ଉତ୍ତମ କରିବା ପାଇଁ ପଦକ୍ଷେପ ନେବେ । ଖାସ୍ କଥା ହେଉଛି ଆମେ ନିଜ ବାର୍ଷିକ ୬.୫ ଟ୍ରିଲିୟମ୍ ଡଲାରର ସରକାରୀ ଖର୍ଚ୍ଚରେ ଉପଲବ୍ଧ ବଡ ପରିମାଣରେ ଠକେଇକୁ ସମାପ୍ତ କରିଦେବୁ । ସେମାନେ ଆମ ଅର୍ଥବ୍ୟବସ୍ଥାକୁ ମୁକ୍ତ କରିବା ପାଇଁ ମିଶି କାମ କରିବେ । ତାଙ୍କ କାମ ୪ ଜୁଲାଇ ୨୦୨୬ ପୂର୍ବରୁ ସମାପ୍ତ ହୋଇଯିବ । ଏହା ଆମେରିକାକୁ ସ୍ବାଧୀନତା ଘୋଷଣାର ୨୫୦ ତମ ଦିବସରେ ଏକ ଉତ୍ତମ ଉପହାର ହେବ । ସେମାନେ ସଫଳ ହେବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ।’

Comments are closed.