www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା କମିଶନ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ମିନତୀ, ବରଖାସ୍ତ ପରେ ବି ଛାଡୁନଥିଲେ ଗାଦି

ଭୁବନେଶ୍ଵର : ମହିଳା କମିଶନ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ମିନତୀ ବେହେରା ।  ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।  ମିନତୀଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। କାରଣ ଦର୍ଶାଅ ନୋଟିସର ଉତ୍ତର ପରେ ତାଙ୍କୁ ପଦରୁ ଅପସାରଣ କରାଯାଇଛି । କାରଣ ଦର୍ଶାଅ ଚିଠିର ଉତ୍ତରରେ କିନ୍ତୁ ସରକାର ଖୁସି ନାହାନ୍ତି। ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀଙ୍କୁ ପଦରୁ ଅପସାରଣ କରାଯାଇଛି । ୨୩ ତାରିଖରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ମୋହନ ସରକାର ବରଖାସ୍ତ କରିଥିଲେ। କିନ୍ତୁ ତା ପରେ ମଧ୍ୟ ମିନତୀ ବେହେରା ପଦ ଛାଡୁନଥିଲେ। ପ୍ରତ୍ୟେକ ଦିନ ଅଫିସ ଆସିବା ସହ ଅଫିସ କାମ କରୁଥିଲେ। ଏପରିକି ବରଖାସ୍ତ ନେଇ ସେ କିଛି ଜାଣିନଥିବା ଗଣମାଧ୍ୟମକୁ କହିଥିଲେ। ତେବେ ଆଜି ତାଙ୍କୁ ପଦଚ୍ୟୁତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories