www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ କିପରି ଶ୍ରୀଲଙ୍କା କରୁଛି ଅଭିନବ ପ୍ରୟାସ, ମିଳୁଛି ବେଶ୍‌ ପ୍ରଶଂସା

ସମାଜ ଡିଜିଟାଲ ଡେସ୍କ: ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ନୂତନ ବିଜ୍ଞାପନ ଏବେ ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ଏୟାରଲାଇନ୍ସ କମ୍ପାନୀ ଅତି ରୋଚକ ଢଙ୍କରେ ଶ୍ରୀଲଙ୍କା ପର୍ଯ୍ୟଟନର ବିକାଶ ପାଇଁ ରାମାୟଣର ସାହାରା ନେଇଛି। ଏହି ବିଜ୍ଞାପନରେ ରାମାୟଣ ଜରିଆରେ ଦେଶର ସମୃଦ୍ଧ ସାଂସ୍କୃତିକ ପୃଷ୍ଠଭୂମିକୁ ଦର୍ଶାଯାଇଛି। ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ପ୍ରଦର୍ଶିତ ୫ ମିନିଟର ଏକ ଭିଡିଓରେ ଶ୍ରୀଲଙ୍କାର ସେହିସବୁ ସ୍ଥାନଗୁଡ଼ିକୁ ଦର୍ଶାଯାଇଛି, ଯାହା ରାମାୟଣରେ ବର୍ଣ୍ଣିତ ହୋଇଛି। ଭାରତରେ ଏହି ବିଜ୍ଞାପନକୁ ବେଶ୍‌ ପ୍ରଶଂସା କରାଯାଉଛି। ବିଜ୍ଞାପନରେ ରାବଣର ଗୁମ୍ଫା, ସୀତା ଅମ୍ମାନ ମନ୍ଦିର ସହିତ ଶ୍ରୀଲଙ୍କାର ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ସାମିଲ କରାଯାଇଛି।

ବିଜ୍ଞାପନ ଆରମ୍ଭରୁ ଜଣେ ଜଣେ ଜେଜେ ମା’ ନିଜ ନାତିକୁ ଶ୍ରୀଲଙ୍କାର ପର୍ଯ୍ୟଟନସ୍ଥଳଗୁଡ଼ିକ ବିଷୟରେ ଅବଗତ କରାଉଛନ୍ତି। ସେ ରାମାୟଣରେ ରହିଥିବା ସ୍ଥାନଗୁଡ଼ିକ ବିଷୟରେ ନାତିକୁ କହୁଛନ୍ତି। ଏଲା ନିକଟରେ ଥିବା ରାବଣର ଗୁମ୍ଫା, ଯେଉଁଠି ରାବଣ ମା’ ସୀତାଙ୍କୁ ଅପହରଣ ପରେ ରଖିଥିଲା। ସୀତା ଅମ୍ମାନ ମନ୍ଦିର, ଯାହାକୁ ଅଶୋକ ବାଟିକା ନାମରେ ଜଣାଯାଉଛି, ସେ ବିଷୟରେ ବି କହୁଛନ୍ତି। ଏହା ସହିତ ରାମସେତୁ ବିଷୟରେ ବି ଦର୍ଶାଯାଇଛି। ରାମାୟଣ କଥାବସ୍ତୁ ଅନୁସାରେ ଭଗବାନ ଶ୍ରୀରାମ ବାନର ସେନାଙ୍କ ସହାୟତାରେ ଏହି ସେତୁ ନିର୍ମାଣ କରିଥିଲେ।

- Advertisement -

ବିଜ୍ଞାପନର ଏକ ଦୃଶ୍ୟରେ ନାତି ନିଜର ଜେଜେ ମା’କୁ ପଚାରୁଛି ଯେ, ଏହି ସେତୁ କ’ଣ ଏବେ ବି ରହିଛି ? ଜେଜେ ମା’ ଉତ୍ତର ଦେଉଛନ୍ତି ହଁ, ତୁମେ ଆଜି ବି ଏହାକୁ ଦେଖିପାରିବ। ରାମାୟଣରେ ଦର୍ଶାଯାଇଥିବା ସମସ୍ତ ସ୍ଥାନ ବାସ୍ତବିକ ଅଟେ। ଆଜି ଆମେ ଲଙ୍କାକୁ ଶ୍ରୀଲଙ୍କା ନାମରେ ଜାଣୁଛେ।

କୁହାଯାଉଛି ଯେ, ଏହି ବିଜ୍ଞାପନ ଜରିଆରେ ଭାରତୀୟ ପର୍ଯ୍ୟଟକ ଏବଂ ଶ୍ରୀରାମ ଭକ୍ତମାନଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରାଯାଇଛି। ଏହି ବିଜ୍ଞାପନ ଉପରେ ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପ୍ରତିକ୍ରିୟା ରଖି କହିଛନ୍ତି, ଆଗାମୀ ବର୍ଷ ସାଙ୍ଗମାନଙ୍କ ସହିତ ଟୋକିଓ ଯିବାକୁ ଯୋଜନା ଥିଲା। କିନ୍ତୁ ଏହି ବିଜ୍ଞାପନ ଏବେ ମୋତେ ଶ୍ରୀଲଙ୍କା ଯିବାକୁ ବାଧ୍ୟ କରୁଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories