www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ପିଜାରେ ସାଲୁବାଲୁ ହେଉଥିଲେ ପୋକ, ଖାଇଦେଲେ ଯୁବତୀ

ସମାଜ ଡିଜିଟାଲ ଡେସ୍କ: ଯୁବପିଢ଼ିଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ପିଜା ଅନ୍ୟତମ। ଅନେକ ସମୟରେ ସେମାନେ ପିଜା ଖାଇବାକୁ ପସନ୍ଦ କରିଥାଆନ୍ତି। ହେଲେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଥିବା ଏକ ଭିଡିଓ ପିଜାପ୍ରେମୀଙ୍କ ଏହି ପସନ୍ଦଯୋଗ୍ୟ ଖାଦ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଜଣେ ଯୁବତୀ ପିଜା ଅର୍ଡର କରିଥିଲେ। ପିଜା ପହଞ୍ଚିବା ପରେ ସେଥିରୁ ଗୋଟିଏ ଖଣ୍ଡ ନେଇ ଖାଇବା ଆରମ୍ଭ କରିଦେଇଥିଲେ। ହେଲେ ଏହି ସମୟରେ ନଜର ପଡ଼ିଯାଇଥିବା ପିଜାର ଅନ୍ୟ ଅଂଶ ଉପରେ, ଯେଉଁଥିରେ ସାଲୁବାଲୁ ହେଉଥିଲେ ପୋକ। ଏହି ଦୃଶ୍ୟ ଦେଖି ମହିଳା ଜଣକ ତୁରନ୍ତ ଖାଉଥିବା ପିଜା ପାଟିରୁ ବାହାର କରିଦେଇଥିଲେ। ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଭିଡିଓଟିରେ ଅନେକ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ଏହାକୁ​‌ ଦେଖିବା ସହିତ ନାନା ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories