www.samajalive.in
Wednesday, December 10, 2025
23.1 C
Bhubaneswar

୨୨ ବର୍ଷ ପରେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଜିତିଲା ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଅଷ୍ଟ୍ରେଲିଆର ପର୍ଥରେ ଅନୁଷ୍ଠିତ ୩ୟ ଦିନିକିଆରେ ପାକିସ୍ତାନ ଦଳ ଘରୋଇ ଦଳକୁ ପରାଜିତ କରିବା ସହିତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ୨-୧ରେ ବିଜୟୀ ହୋଇଛି। ଦୀର୍ଘ ୨୨ ବର୍ଷ ପରେ ପାକିସ୍ତାନ ଦଳ ଏହି ସଫଳତା ହାସଲ କରିବା ସହିତ ନୂଆ ଇତିହାସ ରଚିଛି। ୩ୟ ଦିନିକିଆରେ ଭ୍ରମଣକାରୀ ପାକିସ୍ତାନ ଟିମକୁ ବିଜୟ ପାଇଁ ୧୪୧ ରନ ଆବଶ୍ୟକ ଥିଲା, ଯାହାକୁ ଦଳ ୨୬.୫ ଓଭରରେ ୨ ଉଇକେଟ ବିନିମୟରେ ପୂରଣ କରିନେଇଥିଲା। ପାକିସ୍ତାନୀ ବୋଲର ହରିସ ରଉଫ ଉଭୟ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ ବିବେଚିତ ହୋଇଛନ୍ତି।

ଏହି ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ଜିତି ନେଇଥିଲା। ୨ୟ ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଥିଲା। ସିରିଜ ଜିତିବା ପାଇଁ ଉଭୟ ଦଳକୁ ଶେଷ ମ୍ୟାଚରେ ବିଜୟ ଆବଶ୍ୟକ ଥିବାବେଳେ ପାକିସ୍ତାନ ବାଜି ମାରିନେଇଛି। ୨୦୦୨ ମସିହାରେ ପାକିସ୍ତାନ ଦଳ ଓ୍ବାକର ୟୁନୁସଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆ ମାଟିରେ ଦିନିକିଆ ସିରିଜ ବିଜୟୀ ହୋଇଥିଲା। ଏହା ପରଠାରୁ ଦଳ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଜିତିପାରି ନ ଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories