www.samajalive.in
Wednesday, December 10, 2025
23.1 C
Bhubaneswar

ବାଂଲାଦେଶରେ ଗଣହତ୍ୟା ନେଇ ଆଇସିସିରେ ମାମଲା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଶେଖ୍‌ ହସିନାଙ୍କ ସରକାରର ପତନ ପରଠାରୁ ହିଂସା ଜାରି ରହିଛି। ଦେଶର ନୂତନ ମୁଖ୍ୟ ଭା​‌ବେ ନୋବେଲ ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ନେତୃତ୍ଵ ନେବା ପରେ ବାତାବରଣ ଅଶାନ୍ତ ରହିଛି। ଏହି ସମୟରେ ମଧ୍ୟରେ ହିନ୍ଦୁମାନଙ୍କ ବିରୋଧରେ ଅତ୍ୟଚାର ବୃଦ୍ଧି ପାଇଥିବାବେଳେ ଦେଶରେ ଗଣହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଶେଖ୍‌ ହସିନାଙ୍କ ଦଳ ଆଓ୍ବାମୀ ଲିଗ୍‌। ଏ ସମ୍ପର୍କରେ ଦଳର ନେତା ଅନଓ୍ବାରୁଜ୍ଜମାନ ଚୌଧୁରୀ ନେଦରଲାଣ୍ଡ୍‌ସସ୍ଥିତ ଅନ୍ତର୍ଜାତୀୟ ଅପରାଧୀ ଅଦାଲତ(ଆସିସି)ରେ ଏକ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଏବଂ ତାଙ୍କ କ୍ୟାବିନେଟର ୬୧ ସଦସ୍ୟଙ୍କ ବିରୋଧରେ ରୋମ୍ ଷ୍ଟାଚ୍ୟୁଟ୍‌ର ଧାରା ୧୫ ଅଧୀନରେ ଅଦାଲତରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବ୍ୟତୀତ ଆଣ୍ଟି ଡିସ୍କ୍ରିମିନେସନ ଆଲାଏନ୍ସର ଛାତ୍ରନେତାମାନଙ୍କୁ ମଧ୍ୟରେ ଏଥିରେ ଅଭିଯୁକ୍ତ ଦର୍ଶାଯାଇଛି।

ଚୌଧୁରୀ କହିଛନ୍ତି, ଶେଖ ହସିନାଙ୍କ ପତନ ପରେ ଆଓ୍ବାମୀ ଲିଗ୍‌ର କର୍ମୀମାନେ ଗଣହତ୍ୟାର ଶିକାର ହୋଇଛନ୍ତି। ହସିନା ଅଗଷ୍ଟ ୫ରେ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଥିଲେ। ଏହା ପରେ ଅଗଷ୍ଟ ୫ରୁ ୮ ତାରିଖ ମଧ୍ୟରେ ଦେଶରେ ଛାତ୍ର ଆନ୍ଦୋଳନ ନାଁରେ ଆଓ୍ବାମୀ ଲିଗ୍‌ର କର୍ମୀମାନଙ୍କୁ ଗଣହତ୍ୟା କରାଯାଇଛି। ଏ ସମ୍ପର୍କିତ ସମସ୍ତ ତଥ୍ୟ ଓ ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ସେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଜଣାଇଛନ୍ତି।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories