www.samajalive.in
Saturday, December 13, 2025
27.1 C
Bhubaneswar

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା : ୨୨୮ ପଦକ ସହ ଶୀର୍ଷସ୍ଥାନ ହାସଲ କଲା ମହାରାଷ୍ଟ୍ର

ପୁଣେ : ଏଠାରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଆୟୋଜକ ମହାରାଷ୍ଟ୍ର ଚମ୍ପିଆନ୍‌ ଟ୍ରଫି ହାସଲ କରିଛି। ମହାରାଷ୍ଟ୍ର ମୋଟ୍‌ ୨୨୮ଟି ପଦକ ଜିତିଥିଲା। ସେଥିମଧ୍ୟରେ ୮୫ ସ୍ବର୍ଣ୍ଣ, ୬୨ ରୌପ୍ୟ ଓ ୮୧ଟି ବ୍ରୋଞ୍ଜ୍‌ ପଦକ ରହିଛି।
ଶ୍ରୀ ଶିବ ଛତ୍ରପତି ସ୍ପୋଟ୍‌ର୍ସ କମ୍ପଲେକ୍ସରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମହାରାଷ୍ଟ୍ର ଦଳର ଖେଳାଳି ଓ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଚମ୍ପିଆନ୍‌ ଟ୍ରଫି ପ୍ରଦାନ କରିଥିଲେ। ମହାରାଷ୍ଟ୍ର କ୍ରୀଡ଼ା ମନ୍ତ୍ରୀ ବିନୋଦ ତାୱଡେ ମଧ୍ୟ ଉପସ୍ଥିତ ଥିଲେ। ଏପରି ପ୍ରତିଯୋଗତା ଆୟୋଜନ ଫଳରେ ଭାରତୀୟ କ୍ରୀଡ଼ାର ପ୍ରଭୂତ ବିକାଶ ହେବା ସହ ଖେଳାଳିମାନେ ବେଶ୍‌ ଲାଭବାନ୍‌ ହୋଇପାରିବେ ବୋଲି ଉପସ୍ଥିତ ଅତିଥି ମତ ଦେଇଥିଲେ। ମହାରାଷ୍ଟ୍ର ଚମ୍ପିଆନ୍ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଥିଲା ହରିୟାଣା। ହରିୟାଣା ୬୨ଟି ସ୍ବର୍ଣ୍ଣ, ୫୬ଟି ରୌପ୍ୟ ଓ ୬୦ଟି ବ୍ରୋଞ୍ଜ୍‌ ପଦକ ଜିତିଛି। ଦିଲ୍ଲୀ ୩ୟ ସ୍ଥାନରେ ରହିଥିଲା। ଏହି ଦଳକୁ ୪୮ଟି ସ୍ବର୍ଣ୍ଣ, ୩୭ଟି ରୌପ୍ୟ ଓ ୫୧ଟି ବ୍ରୋଞ୍ଜ୍‌ ପଦକ ମିଳିଛି। ପ୍ରତିଯୋଗିତାର ଅନ୍ତିମ ଦିନରେ ତୀରନ୍ଦାଜୀ ବିଭାଗରେ ୮ଟି ସ୍ବର୍ଣ୍ଣ ପଦକର ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ମହାରାଷ୍ଟ୍ର, ଝାଡଖଣ୍ଡ ଓ ହରିୟାଣାକୁ ୨ଟି ଲେଖାଏଁ ସ୍ବର୍ଣ୍ଣ ପଦକ ମିିଳିଥିବା ବେଳେ ଦିଲ୍ଲୀ ଓ ପଞ୍ଜାବକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ମିଳିଥିଲା। ୨୧ ବର୍ଷରୁ କମ୍‌ ମହିଳା ହକିରେ ହରିୟାଣା ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ପ୍ରତିଯୋଗିତାରେ ପାଖାପାଖି ୬ ହଜାର ଆଥଲେଟ୍ ଯୋଗ ଦେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories