www.samajalive.in
Sunday, December 7, 2025
14.1 C
Bhubaneswar

ଏସ୍‌‌ବିଆଇ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର-ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାକ୍ତରୀ ପରାମର୍ଶ ନେଲେ ପେନସନଧାରୀ ଗ୍ରାହକ

ପିପିଲି:ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କ(ଏସବିଆଇ)ର ପିପିଲି ଶାଖା ପକ୍ଷରୁ ପେନସନ୍‌‌ଧାରୀ ଗାହକଙ୍କ ପାଇଁ ଏକ ସ୍ୱାସ୍ଥ୍ୟସେବା ଶିବିର ଶନିବାର ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ଶତାଧିକ ପେନସନଧାରୀ ଗ୍ରାହକମାନଙ୍କର ସ୍ୱାସ୍ଥ୍ୟା ପରୀକ୍ଷା କରାଯିବା ସହ ସେମାନଙ୍କୁ ଡାକ୍ତରୀ ପରାମର୍ଶ ପ୍ରଦାନ କରାଯାଇଥିଲା।

ପଲ୍ମୋଲୋଜିଷ୍ଟ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଭେଷଜ, ଚକ୍ଷୁ, ହୃଦରୋଗ ଓ ଡାଏଟିସିଆନ୍‌‌ ଆଦି ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ଗ୍ରାହକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲେ। ଶତାଧିକ ପେନସନଧାରୀ ଗ୍ରାହକଙ୍କ ସମେତ ଶାଖା କର୍ମଚାରୀ, ଅଧିକାରୀମାନେ ଏହି ଶିବିରରେ ନିଜର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲେ। କେତେକ ଗ୍ରାହକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଅଧିକ ଚିକିସାô ସଂପର୍କରେ ଡାକ୍ତରମାନଙ୍କ ପରାମର୍ଶ ନେଇଥିଲେ।

- Advertisement -

ଶାଖାର ମୁଖ୍ୟ ପରିଚାଳକ ହିମାଂଶୁ ଶେଖର ଦାସ ଓ ଡେପୁଟି ମ୍ୟାନେଜର ଚନ୍ଦନ ଖଣ୍ଡେଲଓାଲ ଉପସ୍ଥିତ ରହି ପେନସନଧାରୀ ମହିଳା ଓ ପୁରୁଷଗ୍ରାହକମାନଙ୍କୁ ବ୍ୟାଙ୍କ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିବାର କହିବା ସହ ବିନା ଶୁଳ୍କରେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇନେବା ପାଇଁ ଉସାôହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍‌‌ବିଆଇର ରିଅଲ ଇଷ୍ଟେଟ ଓ ରିଟେଲ୍ ଲୋନ ବିଭାଗ ଡିଜିଏମ ଶ୍ରୀ ନିଶିଥ୍, ପୁରୀ ଆଞ୍ଚଳିକ ପ୍ରବନ୍ଧକ ଭରତ ଚରଣ ସାହୁ, ବ୍ୟାଙ୍କର ପୁରୀ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟର ଚିଫ୍ ମ୍ୟାନେଜର ରୋହନ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ପେନସନଧାରୀଙ୍କ ସହ ଭାବବିନିମୟ କରିଥିଲେ।

ପେନସନଧାରୀ ଗ୍ରାହକମାନଙ୍କ ପାଇଁ ଏସ୍‌‌ବିଆଇର ରହିଥିବା ବିଭିନ୍ନ ଋଣ, ଜମା ଯୋଜନା ସଂପର୍କରେ ଅଧିକାରୀମାନେ ସେମାନଙ୍କ ସହ ଆଲୋଚନା କରିବା ସହ ସେ ସଂପର୍କିତ ବ୍ରୋଚର ପ୍ରଦାନ କରିଥିଲେ। ଏସ୍‌‌ବିଆଇ ତାର ସବୁ ବର୍ଗର ଗ୍ରାହକମାନଙ୍କୁ ପ୍ରାଧ୍ୟାନ୍ୟ ଦେଉଥିବାରୁ ଏପରି ଶିବିର ମାଧ୍ୟମରେ ପେନସନଧାରୀ ଗ୍ରାହକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଂପର୍କୀତ ସଚେତନତା ସୃଷ୍ଟିକରିବା ସହ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇବା ବ୍ୟାଙ୍କର ସାମାଜିକ ଦାୟିତ୍ୱ ବୋଲି ଶାଖା ଚିଫ୍ ମ୍ୟାନେଜର ଶ୍ରୀଦାସ କହିଥିଲେ।

ପିପିଲିର ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରପୁଲ୍ଲ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଏଥିପାଇଁ ପିପିଲି ଶାଖାର ମୁଖ୍ୟ ପରିଚାଳକ ଶ୍ରୀଦାସଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପିପିଲି ଶାଖାର ଅସିତ ମିଶ୍ର, ମୂଷା ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories