www.samajalive.in
Saturday, December 6, 2025
26.1 C
Bhubaneswar

କରଞ୍ଜିଆରେ ୨୮ ଟିକିଆ ଝାଡଖଣ୍ଡ ହାତୀପଲ; ନଷ୍ଟ କଲେ ଧାନକ୍ଷେତ 

କରଞ୍ଜିଆ: ଦୀର୍ଘ ଦେଢ ମାସ ବ୍ୟବଧାନରେ ଆଜି ଭୋର ପ୍ରାୟ ୫ଟା ସମୟରେ ୨୮ ଟିକିଆ ଝାଡଖଣ୍ଡ ହାତୀପଲ କେନ୍ଦୁଝର ଜିଲ୍ଲାରୁ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରୁ ଦେଓ ନଦୀର ତ୍ରିଧାରା ହୋଇ ୭ଟି ହାତୀ କରଞ୍ଜିଆ ବ୍ଲକର ଶରଧା ଗ୍ରାମକୁ ଆସି ପୁନଃ ଫେରି ଯାଇଥିଲେ। ଆଜି ଭୋର ସମୟରେ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦେଓ ନଦୀ ହୋଇ ଭଅଁରାପୋଷି ଗ୍ରାମକୁ ୨୮ଟିକିଆ ହାତୀପଲ ପ୍ରବେଶ କରିଥିଲେ । ଉକ୍ତ ସମୟରେ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ସଦଳବଳେ ହାତୀପଲର ଗତିବିଧି ଜାଣି ଧାନକ୍ଷେତକୁ ସୁରକ୍ଷିତ ପାଇଁ ସେମାନଙ୍କୁ ଏକ ନାଳ କଡ ଦେଇ ଘଉଡ଼ାଇ ଥିଲେ । ପ୍ରବଳ କୁହୁଡି ଯୋଗୁଁ ହାତୀପଲଙ୍କୁ ଠାବ କରିବା ଅସମ୍ଭବ ସତ୍ତ୍ୱେ ହାତୀପଲ ବଡ଼ଦେଉଳି ଗ୍ରାମସ୍ଥିତ ସଂରକ୍ଷିତ ଜଙ୍ଗଲକୁ ଆସିଥିଲେ ।ଆସିବା ବାଟରେ କେତେକ ଧାନକ୍ଷେତକୁ ନଷ୍ଟ କରିଥିବା ଜଣାଯାଇଛି । ହାତୀପଲ ବଡ଼ଦେଉଳି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ହାତୀପଲରେ ୮ ଦନ୍ତା, ୧୩ ମାଈ ଏବଂ ୭ ଛୁଆ ହାତୀ ଥିବା ଜଣାପଡିଛି ।

ନଭେମ୍ବର ୧୬ରେ ରାଜଯୋଗ; ଜାଣନ୍ତୁ କେଉଁ ୪ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ଚମକିବ ଭାଗ୍ୟ..

ଟାଙ୍ଗିଆ ଲଗାଇ ଭାଇ-ଭଉଣୀ ଠାରୁ ୭ ଲକ୍ଷ ଲୁଟ୍‌..

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories