ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ନୂଆଦିଲ୍ଲୀ : ସଲମାନ ଖାନଙ୍କୁ ପୁଣି ଥରେ ଧମକପୂର୍ଣ୍ଣ କଲ୍ ଆସିଛି । ଏହା ପରେ ତାଙ୍କ ସୁରକ୍ଷାକୁ ନେଇ ପୁଣି ଫ୍ୟାନ୍ସ ଓ ପୁଲିସର ଚିନ୍ତା ବଢିଯାଇଛି । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । କଲରେ ଲରେନ୍ସ ବିଷ୍ଣୋଇ ନାଁ ନିଆଯାଇଛି । କଲ୍ କରିଥିବା ଲୋକ ସଲମାନଙ୍କ ସିଧା ଧମକ ଦେଇଛି, ଯାହା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ଏହା ସହିତ ଏବେ ପୁଲିସ କଲର ସୋର୍ସ ସମ୍ପର୍କରେ ଜାଣିବାକୁ ଓ ସଲମାନ ଖାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସକ୍ରିୟ ହୋଇଯାଇଛି । ଦିନକୁ ପୂର୍ବରୁ ଶାହରୁଖ ଖାନଙ୍କୁ ଧମକ ମିଳିଥିଲା । ଏନେଇ ପୁଲିସର ଯାଞ୍ଚ ଚାଲିଛି । କଲରେ ଶାହରୁଖ ଖାନଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରାଯିଥିଲା । ଏବେ ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନି କି ପୁଣି ଥରେ ସଲମାନଙ୍କଠୁ କେତେ ଟଙ୍କା ଦାବି କରାଯାଇଛି।

Comments are closed.