www.samajalive.in
Wednesday, December 10, 2025
16.1 C
Bhubaneswar

ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଗଜପତି,ରାୟଗଡା ଓ କୋରାପୁଟ ଜିଲ୍ଲା ଦେଇ ନିର୍ମାଣ ହେବାକୁ ଥିବା ଏହି ହାଇ-ସ୍ପିଡ଼ କରିଡରର ଦୈର୍ଘ୍ୟ ପ୍ରାୟ ୨୮୭ କିମି ରହିବ।ଏହି ପ୍ରଶସ୍ଥ ମାର୍ଗରେ ଗାଡି ଗୁଡ଼ିକ ସର୍ବାଧିକ ୧୨୦ କିଲୋମିଟର ବେଗରେ ଗତି କରିବ। ପୂର୍ବରୁ ବ୍ରହ୍ମପୁରରୁ ଜୟପୁରକୁ ଯାତ୍ରା କରିବାକୁ ୭ ଘଣ୍ଟା ଲାଗୁଥିବା ବେଳେ ଏହି ମାର୍ଗରେ ମାତ୍ର ୩ ଘଣ୍ଟାରେ ଉକ୍ତ ପଥକୁ ଅତିକ୍ରମ କରିହେବ। ପାହାଡିଆ ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଏହି ମାର୍ଗର ଆବଶ୍ୟକ ୪ ଟି ସ୍ଥାନରେ ଟନେଲ ନିର୍ମାଣ ନେଇ ପ୍ରସ୍ତାବ ରହିଛି ।

ରାଜ୍ୟକୁ ଦ୍ରୁତ ପ୍ରଗତି ପଥରେ ଆଗକୁ ନେବାରେ ଖଣି ଓ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ହାଇସ୍ପିଡ଼ କରିଡର ସହିତ ପ୍ରମୁଖ ସହର, ଖଣି ଓ ଶିଳ୍ପାଞ୍ଚଳର ଯୋଗାଯୋଗ ଯେପରି ସୁଦୃଢ ହୋଇପାରିବ ସେଥିନେଇ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ ।ଏଥି ସହିତ ପ୍ରସ୍ତାବିତ କରିଡର ଯେପରି କୌଣସି ପ୍ରକାରରେ ଅଭୟାରଣ୍ୟ, କ୍ଷୁଦ୍ର ଜଙ୍ଗଲ କିମ୍ବା ଜୈବବିବିଧତା ଅଞ୍ଚଳକୁ କ୍ଷତି ନ ପହଞ୍ଚାଏ ସେଥି ପ୍ରତି ଧ୍ୟାନ ଦେଇ ଏକ ସର୍ବୋତ୍ତମ ନକ୍ସା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଦେଶ ତଥା ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଏହି ପ୍ରସ୍ତାବିତ କରିଡର ଯେପରି ଅଧିକ ଗ୍ରହଣୀୟ ହୋଇ ପାରିବ ସେଥିପାଇଁ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ସମାଧାନଦିଗରେ କାର୍ଯ୍ୟକରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି. ଭି. ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦୀପକ ଦାସ, ପ୍ରମୁଖ ଯନ୍ତ୍ରୀ (ସିଭିଲ) ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସିସି ଯୁଗ୍ମ ଉପଦେଷ୍ଟା ଶ୍ରୀ ଜୟ କୃଷ୍ଣ ଦାସ ଏବଂ ସ୍ପାର୍କର ପରିଚାଳନା ନିର୍ଦେଶକ ଶ୍ରୀ ଶୁଭଦର୍ଶୀ ମିଶ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories