www.samajalive.in
Sunday, December 7, 2025
26.1 C
Bhubaneswar

ରାଫେଲ ଜେଟ୍‍: ଚୁକ୍ତିମୂଲ୍ୟର ଅଧା ଦିଆ ସରିଛି

ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଦ୍ୱାରା ନିର୍ମିତ ରାଫେଲ୍‍ ଜେଟ୍‍ କ୍ରୟ ଚୁକ୍ତିକୁ ନେଇ ଦେଶର ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ଏବେ ଆଉ ଏକ ତଥ୍ୟ ସାମ୍‍ନାକୁ ଆସିଛି। ୨୦୧୯ ନଭେମ୍ବରରୁ ୨୦୨୨ ଏପ୍ରିଲ୍‍ ମାସ ମଧ୍ୟରେ ଭାରତକୁ ମିଳିବାକୁ ଥିବା ୩୬ଟି ଜେଟ୍‍ ପାଇଁ କେନ୍ଦ୍ର ସରକାର ୩୪ ହଜାର କୋଟି ଟଙ୍କା ପୈଠ କରିଥିବା ଜଣାପଡ଼ିଛି। ମୋଟ ଜେଟ୍‍ ମୂଲ୍ୟର ଏହା ପାଖାପାଖି ୫୦% ବୋଲି ଜଣାପଡ଼ିଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ପରେ ୨୦୧୬, ସେପ୍ଟେମ୍ବର ମାସରେ ୧୫% ଅର୍ଥ ପୈଠ କରାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୩ ହଜାର କୋଟି ଟଙ୍କା ପୈଠ କରାଯିବ। ୨୦୨୨ରେ ଚୂଡ଼ାନ୍ତ ରାଶି ପୈଠ କରାଯିବ।
ଚଳତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୪ଟି ଜେଟ୍‍ ଭାରତକୁ ମିଳିବ। ଏଥିରେ ୧୦ ଜଣ ପାଇଲଟ୍‍, ୧୦ ଜଣ ଫ୍ଲାଇଟ୍‍ ଇଞ୍ଜିନିୟର ଓ ୪୦ ଜଣ ଟେକ୍‍ନିସିଆନ୍‍ଙ୍କୁ ତାଲିମ ଦିଆଯିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories