ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଦ୍ୱାରା ନିର୍ମିତ ରାଫେଲ୍ ଜେଟ୍ କ୍ରୟ ଚୁକ୍ତିକୁ ନେଇ ଦେଶର ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ ନଭେମ୍ବରରୁ ୨୦୨୨ ଏପ୍ରିଲ୍ ମାସ ମଧ୍ୟରେ ଭାରତକୁ ମିଳିବାକୁ ଥିବା ୩୬ଟି ଜେଟ୍ ପାଇଁ କେନ୍ଦ୍ର ସରକାର ୩୪ ହଜାର କୋଟି ଟଙ୍କା ପୈଠ କରିଥିବା ଜଣାପଡ଼ିଛି। ମୋଟ ଜେଟ୍ ମୂଲ୍ୟର ଏହା ପାଖାପାଖି ୫୦% ବୋଲି ଜଣାପଡ଼ିଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ପରେ ୨୦୧୬, ସେପ୍ଟେମ୍ବର ମାସରେ ୧୫% ଅର୍ଥ ପୈଠ କରାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୩ ହଜାର କୋଟି ଟଙ୍କା ପୈଠ କରାଯିବ। ୨୦୨୨ରେ ଚୂଡ଼ାନ୍ତ ରାଶି ପୈଠ କରାଯିବ।
ଚଳତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୪ଟି ଜେଟ୍ ଭାରତକୁ ମିଳିବ। ଏଥିରେ ୧୦ ଜଣ ପାଇଲଟ୍, ୧୦ ଜଣ ଫ୍ଲାଇଟ୍ ଇଞ୍ଜିନିୟର ଓ ୪୦ ଜଣ ଟେକ୍ନିସିଆନ୍ଙ୍କୁ ତାଲିମ ଦିଆଯିବ।
ରାଫେଲ ଜେଟ୍: ଚୁକ୍ତିମୂଲ୍ୟର ଅଧା ଦିଆ ସରିଛି
Popular Categories



