www.samajalive.in
Sunday, December 7, 2025
26.1 C
Bhubaneswar

ହିମପାତ ଜାରି: ଉତ୍ତରଭାରତରେ ହାଇଆଲର୍ଟ

ନୂଆଦିଲ୍ଲୀ: ଚଳିତ ମାସରେ ଉତ୍ତର ଭାରତର ପାର୍ବତ୍ୟ ଇଲାକାରେ ହିମପାତ ଜାରି ରହିଛି। ଜାନୁଆରୀ ମାସରେ ୫ମ ଥର ପାଇଁ ହିମପାତ ହୋଇଛି। ଆସନ୍ତା ଦିନରେ ଆହୁରି ହିମପାତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେଣୁ ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ସମେତ ଉତ୍ତର ପାର୍ବତ୍ୟାଞ୍ଚଳରେ ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି। ଜାମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ମଙ୍ଗଳବାର ପର୍ଯ୍ୟନ୍ତ ରେଡ୍‍ ଆଲର୍ଟ ଜାରି କରାଯାଇଛି। ଏହି ଅଞ୍ଚଳରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି।
ପାଶ୍ଚାତ୍ୟରେ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଥର ଜାମ୍ମୁକାଶ୍ମୀରରେ ଏଭଳି ବ୍ୟତିକ୍ରମ ସୃଷ୍ଟି ହୋଇଛି। ସାଧାରଣତଃ ଜାନୁଆରୀ ମାସ ଶୁଷ୍କ ରହି ଆସୁଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୫ଥର ବରଫପାତ ହୋଇଛି। ତେଣୁ ଚଳିତ ବର୍ଷର ଜାନୁଆରୀ ମାସକୁ ହ୍ୱାଇଟ୍‍ ଜାନୁଆରୀ ବୋଲି କୁହାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories