www.samajalive.in
Saturday, December 6, 2025
15.1 C
Bhubaneswar

ହିମାଚଳରେ ବର୍ଷା, ବରଫପାତ; ରାଜପଥ ଅବରୋଧ

ଶିମଳା: ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ଗତ ୨୪ ମଧ୍ୟରେ ଭୀଷଣ ବର୍ଷା, କୁଆପଥର ବୃଷ୍ଟି ସହିତ ବରଫପାତ ହୋଇଛି। ଏହି ସମୟ ମଧ୍ୟରେ ଶିମଳାରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି, ଯାହା ଏପ୍ରିଲରେ ଗୋଟିଏ ଦିନରେ ଏହା ସର୍ବାଧିକ ବୃଷ୍ଟିପାତ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପୂର୍ବରୁ ୧୯୭୯ ଏପ୍ରିଲରେ ଏଠାରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିଲା। ବର୍ଷା ଓ ବରଫପାତ ଯୋଗୁଁ ରାଜ୍ୟରେ କେତେକ ସ୍ଥାନରେ ଭୂସ୍ଖଳନ ଘଟିଥିବା ଖବର ମିଳିଛି। ଭୂସ୍ଖଳନ କାରଣରୁ କିନୋର ନିକଟରେ ଜାତୀୟ ରାଜପଥ ଅବରୋଧ ହୋଇଛି। ରାଜ୍ୟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ବରଫପାତ ହୋଇଛି। ବିଶେଷକରି ଲାହୁଲ ଉପତ୍ୟକା ଏବଂ ମନାଲି-ଲେହ ରାଜପଥ ବରଫପାତ କାରଣରୁ ବାରାଲାଚା ପାସ୍‍ ନିକଟରେ ଅବରୋଧ ହୋଇଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା, କୁଆପଥର ବୃଷ୍ଟି ହେବା ସମ୍ଭାବନା ରହିଛି। ପ୍ରତିକୂଳ ପାଗ ଯୋଗୁଁ ଅନେକ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁଘଟିଛି। ତତ୍‍ସହିତ ଲାହୁଲ-ସ୍ପିତିର ଅନେକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇପଡିଛି। ସୋଲାନରେ ମଧ୍ୟ ଭୂସ୍ଖଳନ କାରଣରୁ ରାସ୍ତା ଅବରୋଧ ହୋଇଛି। ଅଶ୍ୱନୀ ଖାଦ ଉପରେ ଥିବା ଏକ ସେତୁ ଧୋଇଯିବା କାରଣରୁ ବହୁ ଗ୍ରାମକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories