www.samajalive.in
Tuesday, December 9, 2025
16.1 C
Bhubaneswar

ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ଅନୁମତି

ନୂଆଦିଲ୍ଲୀ: ଏଣିକି ହାଲୁକା ମୋଟର ଯାନ(ଏଲଏମ୍‌ଭି) ଲାଇସେନ୍ସଧାରୀ ଚାଳକମାନଙ୍କୁ ମିଳିବ ଭାରୀଯାନ ଚଳାଇବା ଅନୁମତି। ତେବେ ୭,୫୦୦ କିଲୋଗ୍ରାମ ଓଜନ ଥିବା ଭାରୀଯାନ ଗୁଡିକୁ ସେମାନେ ଚଳାଇପାରିବେ। ଏନେଇ ସ​ର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ ହେବ। ବୁଧବାର
ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ, ଯେଉଁ ଚାଳକଙ୍କ ପାଖରେ ହାଲୁକା ମୋଟର ଯାନ ଲାଇସେନ୍ସ ରହିଛି, ସେମାନେ ୭,୫୦୦ କେଜି ପର‌୍ୟ୍ୟନ୍ତ ପରିବହନ ଯାନ(ଭାରୀଯାନ) ଚଳାଇପାରିବେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ଏଭଳି କୌଣସି ପରୀକ୍ଷାମୂଳକ ତଥ୍ୟ ନାହିଁ ଯେଉଁଥିରେ ଦେଶରେ ବଢ଼ୁଥିବା ଦୁର୍ଘଟଣା ପାଇଁ ହାଲୁକା ଯାନ ଲାଇସେନ୍ସଧାରୀ ଦାୟୀ ହୋଇଥିବେ। ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ସହ ୪ଜଣିଆ ସାମ୍ବିଧାନିକ ପୀଠରେ ସାମିଲ ଥିବା ଜଷ୍ଟିସ୍‌ ହୃଷୀକେଶ ରାୟ କହିଥିଲେ ଯେ, ଏହି ମାମଲା ହାଲୁକା ଯାନ ଲାଇସେନ୍ସଧାରୀଙ୍କ ଜୀବନଜୀବିକା ସହିତ ଜଡ଼ିତ। ଏହି ରାୟ ବ୍ୟବସାୟିକ ଯାନ ଚାଳକଙ୍କ ପାଇଁ ଆଶ୍ବସ୍ତି ଆଣିଥିବାବେଳେ ଦୁର୍ଘଟଣା କ୍ଷେତ୍ରରେ ଏକ ନିର୍ଦିଷ୍ଟ ଓଜନର ଭାରୀଯାନ ଚାଳକଙ୍କ ନିକଟରେ ଆବଶ୍ୟକ ଲାଇସେନ୍ସ ପ୍ରକାର ଉପରେ ଆଧାର କରି କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରୁଥିବା ବୀମା କମ୍ପାନୀକୁ ଶକ୍ତ ଧକ୍କା ଦେଇଛି। ଏହି ବିଷୟ ଲମ୍ବା ସମୟ ଧରି ବିବାଦୀୟ ହୋଇ ରହିଥିଲା। ବୀମା କମ୍ପାନୀ ଆରୋପ କରିଥିଲେ ଯେ, ବୀମା ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ଏବଂ ଅଦାଲତ ହାଲୁକା ଯାନ ଲାଇସେନ୍ସକୁ ନେଇ ସେମାନଙ୍କ ଅଭିଯୋଗକୁ ଅଣଦେଖା କରିବା ସହ ବୀମା ଦାବି ପ୍ରଦାନ କରିବାକୁ ନିର୍ଦେଶ ଦେଇ ଆସୁଥିଲେ। ଏଥିସହ ଶୁଣାଣି ସମୟରେ ଅଦାଲତ ବୀମାଧାରୀଙ୍କ ସପକ୍ଷରେ ଦୃଷ୍ଟିକୋଣ ରଖୁଥିଲେ। ଏହି ସାମ୍ବିଧାନିକ ପୀଠରେ ମୁଖ୍ୟ ବିଚାରପତି, ଜଷ୍ଟିସ୍‌ ରାୟ, ଜଷ୍ଟିସ୍‌ ପିଏସ୍‌ ନରସିଂହ, ପଙ୍କଜ ମିଥଲ ଏବଂ ମନୋଜ ମିଶ୍ର ସାମିଲ ଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories