www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ: ହାରିସ-ଟ୍ରମ୍ପ କଡ଼ା ମୁକାବିଲା

ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମେରିକାରେ ଏକାଧିକ ଟାଇମ ଜୋନ୍‌ ଥିବାରୁ ପ୍ରଥମେ ପୂର୍ବାଞ୍ଚଳରେ ଥିବା ରାଜ୍ୟରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାଜ୍ୟଗୁୁଡିକ ହେଲା ନ୍ୟୁ ହାମ୍ପସାୟାର, ନ୍ୟୁ ଜର୍ସି, ନ୍ୟୁୟର୍କ, ୱିସ୍‌କନସିନ୍‌, କନେକ୍ଟିକଟ୍‌, ମିନେସୋଟା, ଆର୍କାନ୍‌ସାସ୍‌ ଓ ଭର୍ଜିନିଆ। ପ୍ରତିକୂଳ ପାଗ ସତ୍ତ୍ବେ ଭୋଟରମାନେ ଅତ୍ୟନ୍ତ ଆଗ୍ରହ ସହକାରେ ଭୋଟ ଦେଉଥିବା ଲକ୍ଷ୍ୟ କରାଯାଇଛି। ଚଳିତ ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସ ଓ ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି। ଏହି ପର୍ଯାୟରେ ଭୋଟରମାନେ ଇଲେକ୍ଟୋରାଲ କଲେଜ (ସିନେଟ ଓ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌) ପାଇଁ
ସଦସ୍ୟଙ୍କୁ ମନୋନୀତ କରିବେ। ନଭେମ୍ବର ୨୦ରେ ଏହି ସଦସ୍ୟମାନେ ପ୍ରତ୍ୟକ୍ଷଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ବୋଲି ଜଣାପଡିଛି। ୮୨ ନିୟୁତ ଭୋଟର ସୋମବାର ଆଗୁଆ ମତଦାନ କରିଥିବା କୁହାଯାଇଛି। ଫଳରେ ରା​‌ଷ୍ଟ୍ରପତି ନିର୍ବାଚନର ପଚାଶ ପ୍ରତିଶତ ଫଳାଫଳ ବାଲଟ ବାକ୍ସରେ ସିଲ୍‌ ହୋଇସାରିଛି। ତେବେ ନିର୍ବାଚନ ସମୀକ୍ଷକଙ୍କ ମତରେ ହାରିସ ଏହି ଦୌଡରେ ସାମାନ୍ୟ ଆଗୁଆ ରହିଛନ୍ତି। ପରାଜିତ ହେବାପରେ ଟ୍ରମ୍ପ ୨୦୨୦ ନିର୍ବାଚନରେ ଜାଲିଆତି କରାଯାଇଥିଲା ବୋଲି ସେତେବେଳେ ଅଭିଯୋଗ କରିଥିଲେ। ଏପରିକି ଏହାକୁ ନେଇ ରିପବ୍ଲିକାନ ଦଳର ସମର୍ଥକମାନେ କ୍ୟାପିଟଲରେ ବ୍ୟାପକ ହଙ୍ଗାମା ସୃଷ୍ଟି କରିଥିଲେ। ଏହାର କୁପ୍ରଭାବ ଏଥର ଟ୍ରମ୍ପଙ୍କ ବିଜୟ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଆରିଜୋନା, ଜର୍ଜିଆ, ମିଚିଗାନ, ନେଭାଡା, ନର୍ଥ କ୍ୟାରୋଲାଇନା, ପେନସିଲଭାନିୟା ଓ ୱିସ୍‌କନ୍‌ସିନ ଭଳି ସାତଟି ପ୍ରଦେଶରେ ଯେଉଁ ଦଳ ବିଜୟଲାଭ କରିବ, ତାହା ମୁଖ୍ୟ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories