ଦେଖନ୍ତୁ ମୃତ୍ୟୁର ଲାଇଭ୍ ଭିଡିଓ; ଖେଳାଳୀଙ୍କ ଉପରେ ଆକାଶରୁ ଖସିଲା ମୃତ୍ୟୁ..
ନୂଆଦିଲ୍ଲୀ : ପେରୁରେ ଫୁଟବଲ୍ ମ୍ୟାଚ୍ ସମୟରେ ଏକ ଦୁଃଖଦ ଘଟଣା ଘଟିଥିବା କ୍ୟାମେରାରେ କଏଦ ହୋଇଛି । ଏଠାରେ ଏକ ଲାଇଭ୍ ମ୍ୟାଚ୍ ସମୟରେ ବଜ୍ରପାତ କାରଣରୁ ଜଣେ ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ୩୯ ବର୍ଷୀୟ ଫୁଟବଲ୍ ଖେଳାଳୀ ଜୋସ୍ ହୟୁଗୋ ଡେ ଲା କ୍ରୁଜ ମେଜାଙ୍କ ଉପରେ ଆକାଶରୁ ମୃତ୍ୟୁ ଖସିଥିଲା । ବଜ୍ରପାତ କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଅଘଟଣ ସ୍ଥାନୀୟ କ୍ଲବ ଜୁଭେଟ ବେଲାଭିଷ୍ଟା ଫାମିଲିଆ ଚୌକା ମଧ୍ୟରେ ମୁକାବିଲା ସମୟରେ ହୋଇଥିଲା ।
BREAKING: ⚡️💥 At least one person killed in a lightning strike at a soccer field in Junín, Peru! ⚽️🌩️ The incident occurred last night, leaving many in shock. Stay tuned for updates! 📺 #LightningStrike #Peru #Junin #BreakingNews pic.twitter.com/Xm8NhgiQzS
— Asaf Givoli (@AsafGivoli) November 4, 2024
ବଜ୍ରପାତ ହେବା ପୂର୍ବରୁ ପ୍ରଥମେ ରେଫରୀ ଖେଳ ବନ୍ଦ କରି ଦେଇଥିଲେ । କାରଣ ଆକାଶ ମେଘୁଆ ଥିବା ସହ ଘଡଘଡି ମଧ୍ୟ ମାରୁଥିଲା । ଏହାମଧ୍ୟରେ କେବଳ ୨୨ ମିନିଟ୍ ହିଁ ଖେଳ ହୋଇ ପାରିଥିଲା । ଖେଳ ବନ୍ଦ ହେବାର ମାତ୍ର କିଛି ସମୟ ପୂର୍ବରୁ ହିଁ ଖେଳାଳୀଙ୍କ ଉପରେ ବଜ୍ରପାତ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିପାରିବେ ଖେଳ ବନ୍ଦ ହେବା କାରଣରୁ ଖେଳାଳୀ ମଇଦାନରୁ ହିଁ ଯାଉଥିଲେ । ମାତ୍ର ସେହି ସମୟରେ ହିଁ ହଠାତ୍ ବଜ୍ରପାତ ହୋଇଥିଲା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
୬୦ ଟଙ୍କାର ଚିକେନ୍.. ହତ୍ୟାକାରୀ ନିକଟରେ ପୁଲିସକୁ ପହଞ୍ଚାଇଲା ମାଛି, ଜାଣନ୍ତୁ କେମିତି ଖୋଲିଲା ହତ୍ୟା ରହସ୍ୟ..
Comments are closed.