୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..
ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ରାଶି ପରିବର୍ତ୍ତନକୁ ଦେଖି ବର୍ଷ କେମିତି କଟିବ ଏହାର ଗଣନା କରାଯାଇଥାଏ । ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । ୯ ଗ୍ରହଙ୍କ ମଧ୍ୟରୁ ଗୁରୁ ଓ ଶନିଙ୍କ ଚଳନର ବିଶେଷ ମହତ୍ତ୍ୱ ରହିଛି ବୋଲି ମାନ୍ୟତା ରହିଛି । କାରଣ ଏହି ୨ଟି ଗ୍ରହ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ରାଶିରେ ରହି ଥାଆନ୍ତି । ଗୁରୁ ଗ୍ରହ ପ୍ରାୟ ୧୩ ମାସ ମଧ୍ୟରେ ରାଶି ପରିବର୍ତ୍ତନ କରୁଥିବା ବେଳେ ଶନିଗ୍ରହ ଧିମା ଗତିରେ ଚଳନ କରି ଥାଆନ୍ତି । ଶନି ଗ୍ରହ ପ୍ରାୟ ଗୋଟିଏ ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ ।
ବର୍ଷ ୨୦୨୫ରେ ଶନି ଓ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରିବେ । କର୍ମଫଳଦାତା ଓ ନ୍ୟାୟର ଦେବତା ଶନି ଗ୍ରହ ଏହି ସମୟରେ ନିଜର ମୁଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ଭ୍ରମଣ କରୁଛନ୍ତି । ୨୯ ମାର୍ଚ୍ଚରେ ୨୦୨୫ରେ ଶନିଦେବ କୁମ୍ଭ ରାଶିରେ ନିଜ ଯାତ୍ରା ଶେଷ କରି ଗୁରୁଙ୍କ ରାଶି ମୀନ ରାଶିରେ ପ୍ରବେଶ କରିବେ । ଶନିଙ୍କ ରାଶି ପରିବର୍ତ୍ତନ କରିବା ପରେ ୧୪ ମେ ୨୦୨୫ରେ ଗୁରୁ ମଧ୍ୟ ଶୁକ୍ରଦେବଙ୍କ ରାଶି ବୃଷ ରାଶିରେ ନିଜ ଯାତ୍ରା ଶେଷ କରି ମିଥୁନ ରାଶିରେ ପ୍ରବେଶ କରିବେ । ଶନି ଓ ଗୁରୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ଆସନ୍ତା ବର୍ଷ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବା ସହ ଭାଗ୍ୟଶାଳୀ କରିବ । ଜାଣନ୍ତୁ..
ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୫ ଖୁବ୍ ଖୁସି ନେଇ ଆସିବ । ଅନେକ ଶୁଭଫଳ ମିଳିବ । ଗୁରୁଙ୍କ ରାଶି ପରିବର୍ତ୍ତନ କରିବା ଯୋଗୁଁ ବ୍ୟବସାୟରେ ନୂଆ ଯୋଜନା ସଫଳ ହେବ । ନୂଆ ନୂଆ ସୁଯୋଗ ମିଳିବ । ଲାଭ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଅନେକ ସୁଯୋଗ ମିଳିବ । ଦରମା ବୃଦ୍ଧି ହେବ । ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ହଠାତ୍ ଧନ ଲାଭ ହେବ । ବୈବାହିକ ଜୀବନ ସୁଖମୟ ହେବ । ବର୍ଷ ୨୦୨୫ରେ ଶନି ଓ ଗୁରୁ ଗ୍ରହଙ୍କ ବିଶେଷ କୃପା ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ ।
ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୫ ଖୁବ୍ ଶୁଭଙ୍କର ହେବ । ଶନିଙ୍କ ମୀନ ରାଶିରେ ଓ ଗୁରୁଙ୍କ ମିଥୁନ ରାଶିରେ ପ୍ରବେଶ କୌଣସି ବରଦାନରୁ କମ୍ ହେବ ନାହିଁ । ସୁଖସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟୀ ଲାଭବାନ୍ ହେବା ସହ ଚାକିରିରେ ପଦନ୍ନୋତି ଓ ଆୟରେ ବୃଦ୍ଧି ହେବ ।
ବାସ୍ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..
ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍ ମିଳିବ । ବିଭିନ୍ନ ଦିଗରୁ ଶୁଭ ଖବର ମିଳିବ । ଧନ ପ୍ରାପ୍ତି ହେବ । ସଫଳତା ମିଳିବ । ଚାକିରିରେ ପଦନ୍ନୋତି ସହ ବ୍ୟବସାୟରେ ଲାଭ ହେବ । ସୁଖସମୃଦ୍ଧି ବୃଦ୍ଧି ହେବ ।
ବିଛା – କାର୍ଯ୍ୟରେ ଲଗାତାର ସଫଳତା ମିଳିବ । ଧନ ଲାଭ ହେବ । ଆୟରେ ବୃଦ୍ଧି ହେବ । ଶୁଭ ଖବର ମିଳିବ । ସଫଳତା ମିଳିବା ସହ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଜମିବାଡି କ୍ଷେତ୍ରରେ ବଡ ଲାଭ ମିଳିବ । ଘରେ ହସଖୁସିର ବାତାବରଣ ରହିବ ।
ମକର – ବର୍ଷ ୨୦୨୫ରେ ଶନିଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶନିଙ୍କ ସାଢେସାତୀ ପ୍ରଭାବ ଦୂର ହେବ । ବିଭିନ୍ନ କ୍ଷେତ୍ରରେ ଲାଭ ସହ ଶୁଭ ଖବର ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ । ସୁଖସମୃଦ୍ଧି ବୃଦ୍ଧି ହେବ । ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ ।
ମୀନ – ଏହି ରାଶିଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭାଗ୍ୟର ସାଥ୍ ମିଳିବ । ଚାକିରିରେ ଉନ୍ନତି ଓ ବ୍ୟବସାୟରେ ଲାଭ ମିଳିବ ।
ଦେଖନ୍ତୁ ଭିଡିଓ; ଜଙ୍ଗଲରୁ ହଠାତ୍ ଖେଳପଡିଆକୁ ଆସିଲା ହାତୀ, ତା’ପରେ ପିଲାଙ୍କ ସହ..
Comments are closed.