ପୂର୍ବରୁ ଅର୍ଜନ କରିଥିବା ପୁଣ୍ୟ ହ୍ରାସ ହୋଇପାରେ- ସୋମବାର ରାଶିଫଳ
ମେଷ: ସୁକୁମାର ରୂପ ସମ୍ପନ୍ନ ହେବେ। ପିତାମାତାଙ୍କର ପ୍ରାଣରୁ ଅଧିକ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ମାଲି ମୋକଦ୍ଦମାରେ ବିଜୟୀ ହୋଇପାରନ୍ତି।
ବୃଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। କଥାବାର୍ତ୍ତାରେ ବେଖାତିର ମନୋଭାବ ରହିବ। ବନ୍ଧୁେଦ୍ବଷୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସାହସୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ଜ୍ଞାନୀ, ଗୁଣୀ ହେବେ।
ମିଥୁନ: ଶତ୍ରୁ ଉପରେ ବିଜୟ ହାସଲ କରିବେ। ବିଭିନ୍ନ ସ୍ତରରୁ ଧନଲାଭର ସ୍ପଷ୍ଟ ସୂଚନା ମିଳୁଛି। ମହାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶ୍ରେଷ୍ଠାସନରେ ଉପବିଷ୍ଟ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସୁସ୍ଥ ରହିବେ।
କର୍କଟ: ବିବେକାନୁମୋଦିତ ସନ୍ମାର୍ଗୀ ହେବେ। ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସମସ୍ତ କଳ୍ମଷ ଦୂର ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।
ସିଂହ: ସୁବକ୍ତା ହୋଇପାରନ୍ତି। ଶୌର୍ଯ୍ୟଯୁକ୍ତ ହେବେ। ଉପକାରୀଠାରେ କୃତଜ୍ଞ ହେବାର ସୂଚନା ମିଳୁଛି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଦାମ୍ପତ୍ୟ ଜୀବନରେ ସନ୍ତାନ ସୁଖ ମିଳିବ। ବ୍ୟବସାୟରେ ଲାଭ ବୃଦ୍ଧି ହେବ।
କନ୍ୟା: ପୂର୍ବରୁ ଅର୍ଜନ କରିଥିବା ପୁଣ୍ୟରୁ କିଛି ହ୍ରାସ ହୋଇପାରେ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ସ୍ବାଭିମାନୀ ହୋଇପାରନ୍ତି। ଭାଗୁଆଳ ବ୍ୟବସାୟ ଲାଭପ୍ରଦ ହେବ। ସାରାଦିନ କଷ୍ଟ ଭୋଗ କରିପାରନ୍ତି।
ତୁଳା: ବହୁ ଶାସ୍ତ୍ର ଅଧ୍ୟୟନ କରି ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି। ସୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମନୋଜ୍ଞ ହୋଇପାରନ୍ତି। ରାଜପୂଜା ମିଳିବାର ସୁଯୋଗ ସୃଷ୍ଟି କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସନ୍ତୁଷ୍ଟ ହେବେ।
ବିଛା: ଭ୍ରାତୃତ୍ବର ନିବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। ଶତ୍ରୁତାର ଅବସାନ ଘଟାଇ ବିଜୟ ଯାତ୍ରା ଆରମ୍ଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚାକିରି କ୍ଷେତ୍ରରେ ଜନପ୍ରିୟ ହୋଇପାରନ୍ତି।
ଧନୁ: ନିଃସର୍ଗ ସୁଖ ଭୋଗ କରିବାର ସୂଚନା ମିଳୁଛି। ପ୍ରଭୃତ୍ବ ବିସ୍ତାର କରିବେ। ଶାସ୍ତ୍ର ବିଚକ୍ଷଣ ହେବେ। ତର୍କ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଏକ ବୃହତ୍ ସଂସ୍ଥାର ଲୋକସମ୍ପର୍କ ଅଧିକାରୀ ହୋଇପାରନ୍ତି। ଉଚ୍ଚାସନ ମିଳିପାରେ। ଦେବତା ଓ ଗୁରୁଙ୍କ କୃପା ଲାଭ କରିପାରନ୍ତି। ଯାନବାହନ ସୁଖ ମିଳିବ। ଦାନଶୀଳ ହେବେ। ପରୋପକାରୀ ହୋଇପାରନ୍ତି।
କୁମ୍ଭ: ଆଚରଣ ଓ ଉଚ୍ଚାରଣ ଭଦ୍ରୋଚିତ ହେବ। କ୍ଷମାଶୀଳ ହେବେ। ଦଣ୍ଡର ଧମକ ଦେବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ସଦାସର୍ବଦା ସତ୍ୟନିଷ୍ଠ ହେବେ। ସୁଶୀଳ ହେବେ। ପଣ୍ଡିତଙ୍କ ସହିତ ମିତ୍ରତା ସ୍ଥାପନ କରିବେ।
ମୀନ: ନରମାନଙ୍କ ମଧ୍ୟରେ ଅଧିପତି ହୋଇପାରନ୍ତି। ତେଜିୟାନ୍ ହେବେ। ଧର୍ମ କାର୍ଯ୍ୟ ସମ୍ପାଦନ କରି ଜନବଲ୍ଲଭ ଭାବେ ମହାନ୍ ସମ୍ମାନର ଅଧିକାରୀ ହୋଇପାରନ୍ତି। ବିଦ୍ୟା ପ୍ରଭାବରେ ଧନ ଅର୍ଜନ କରିବେ।
Comments are closed.