www.samajalive.in
Wednesday, December 10, 2025
23.1 C
Bhubaneswar

ଓସିଏସ୍‍ ପାଇଥିବା କିସ୍‍ ଛାତ୍ରଛାତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ଵର; ‘ଦିନେ ଛେଳି ଚରାଉଥିଲି । ଆଜି କିସ୍‍ ପାଇଁ ଯୁକ୍ତ ଦୁଇ, ଯୁକ୍ତ ତିନି, ଏମବିଏ ଭଳି ଉଚ୍ଚଶିକ୍ଷା ଲାଭକରି ଶେଷରେ ଓଡ଼ିଶା ସିଭିଲ ସର୍ଭିସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛି । ଏଥିପାଇଁ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଉଛି ।’ ଏହା ଥିଲା କିସ୍‍ ଛାତ୍ର ତଥା ନିକଟରେ ଓସିଏସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବଲାଙ୍ଗୀର ଜିଲାର ଜଗଜ୍ଜୀବନ ମାଝୀଙ୍କ ପ୍ରତିକ୍ରିୟା । ଏହି ସଫଳତା ପାଇଁ ସେ କିସ୍‍କୁ କୃତଜ୍ଞତା ଜଣାଇଥିଲେ ।

କେବଳ ଜଗଜ୍ଜୀବନ ନୁହନ୍ତି, ଚଳିତବର୍ଷ ଓସିଏସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିସ୍‍ର ୧୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଫଳ ଛାତ୍ରଛାତ୍ରୀମାନେ କିସ୍‍ ପ୍ରତି ସେମାନଙ୍କର କୃତଜ୍ଞତା ଜଣାଇଥିଲେ । ଆଜି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ତଫସିଲଭୁକ୍ତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଓଡ଼ିଶା ଭାଷା, ସାହିତ ଓ ସଂସ୍କୃତି, ସାମାଜିକ ବିଭାଗ, ତଥା ସାମାଜିକ ନ୍ୟାୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

- Advertisement -

ଏହି ଅବସରରେ ଶ୍ରୀ ସେଠୀ ଛାତ୍ରଛାତ୍ରୀଙ୍କୁ ଉପଦେଶ କହିଲେ, କଠିନ ଅଧ୍ୟବସାୟ ଓ ଈଶ୍ୱର ତଥା କର୍ମ ଉପରେ ବିଶ୍ୱାସ ରଖିଲେ ସଫଳତା ମିଳିଥାଏ । ବିପଦ ସମୟରେ ବିଚଳିତ ନ ହୋଇ ସେହି ସମୟର ସଦୁପଯୋଗ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କିସ୍‍ର ୧୨ ହଜାର ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ସହ ଶ୍ରୀ ସାମନ୍ତ କହିଲେ, କିସ୍‍ ଛାତ୍ରଛାତ୍ରୀମାନେ ଯେଭଳି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ସେଥିପାଇଁ କିସ୍‍ରେ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଏହା ବ୍ୟତୀତ କିସ୍‍ର ଯେଉଁ ମେଧାବୀ ଛାତ୍ରଛାତ୍ରୀମାନେ ଦିଲ୍ଲୀ ଭଳି ସହରରେ ରହି ନିଜକୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ଇଚ୍ଛୁକ ଥିବେ ସେମାନଙ୍କୁ ମଧ୍ୟ କିସ୍‍ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଅବସରରେ ବିଷ୍ଣୁପଦ ସେଠୀଙ୍କ ଲିଖିତ ପୁସ୍ତକ ‘ଦି କଲେକ୍ଟର୍ସ ମଦର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

କିସ୍‍ ଉପଦେଷ୍ଟା ପ୍ରଫେସର ଶଶାଙ୍କ ଚୂଡ଼ାମଣୀ ବିଷ୍ଣୁପଦ ସେଠୀ ଓ ତାଙ୍କ ଲିଖିତ ‘ଦି କଲେକ୍ଟର୍ସ ମଦର’ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିସ୍‍ର ପ୍ରାକ୍ତନ ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମହାଲି, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories