www.samajalive.in
Tuesday, December 9, 2025
15.1 C
Bhubaneswar

ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଅସୁସ୍ଥ : ତଦନ୍ତ କରୁଛି ସ୍ଵାସ୍ଥ୍ୟ ବିଭାଗ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆର ଶୁଖିଲା ଶସ(କୋଇଲି)ରୁ ପ୍ରସ୍ତୁତ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୬ ଜଣ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତେ ୬ ପରିବାରର ସଦସ୍ୟ। ଗତ ୩୦ତାରିଖ ଦିନ ଗ୍ରାମରେ ଏହି ସବୁ ପରିବାର ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଓ ପିଠା କରି ଖାଇଥିଲେ। ଗୁରୁବାର କୁମ୍ଭାରା ମାଝୀଙ୍କ ଝିଅ ରୁନି ମାଝୀ  ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ରୁନିଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ରାତିରେ ପୁଣି ୭ ଜଣ ଅସୁସ୍ଥ ହୋଇ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନିଲ ପାଟମାଝିଙ୍କ ସ୍ତ୍ରୀ ରମିତା ପାଟମାଝୀ ଙ୍କର ମୋହନା ନିକଟ ଶୁଖିଲା ଆମ୍ବ ଗାଁ ନିକଟ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ଅସୁସ୍ଥ ଅନ୍ୟ ୬ଜଣ ତରଣ ପାଟମାଝୀଙ୍କ ସ୍ତ୍ରୀ ପ୍ରଭାତୀ ପାଟମାଝୀ , ରସେନ୍ତ ପାଟ ମାଝୀଙ୍କ ସ୍ତ୍ରୀ ସୁଷମା ମାଝୀ , ଦିଶ ମାଝୀଙ୍କ ସ୍ତ୍ରୀ ଜିତା ମାଝୀ , କୁପିସା ପାଟମାଝୀଙ୍କ ସ୍ତ୍ରୀ ଦ୍ରେଙ୍ଗାଲୁ ପାଟ ମାଝୀ, କୁମ୍ଭାରା ମାଝୀଙ୍କ ସ୍ତ୍ରୀ ଜୀବନ୍ତୀ ପାଟମାଝୀ ଏବଂ ସୁବୋଧ ମାଝୀଙ୍କ ସ୍ତ୍ରୀ ଟୁନି ମାଝୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ୬ ପରିବାର ବିପିଏଲ ଅନ୍ତର୍ଭୁକ୍ତ ଅନୁସୂଚିତ ଜନଜାତି ପରିବାରର। ତିନିମାସ ହେଲା ଏହି ସବୁ ପରିବାର ବିପିଏଲ କାର୍ଡରେ ଚାଉଳ ପାଇନଥିବା ଅଭିଯୋଗ ହୋଇଛି। ସରକାର ବିପିଏଲ କାର୍ଡରେ ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ଖାଦ୍ୟ ଅଭାବରୁ ଏସବୁ ପରିବାର ଆମ୍ବ ଟାକୁଆ ଖାଇଥିବା ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଗଦାପୁର ସରପଞ୍ଚ କୁମାରୀ ମଲିକ କହିଛନ୍ତି, ସମସ୍ତେ ଆମ୍ବ ଟାକୁଆ ଖାଇଥିଲେ । ଖାଇବାର କିଛି ସମୟ ପରେ ସେମାନଙ୍କ ପେଟବ୍ୟଥା ଓ ଝାଡ଼ାବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ମଣ୍ଡିପଙ୍କା ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ଟିମ୍ ତଦନ୍ତ କରୁଛନ୍ତି। ୭ରୁ ୮ ଜଣ ଅସୁସ୍ଥ ଅଛନ୍ତି। ଏହା ଖାଦ୍ୟରେ ବିଷପ୍ରକ୍ରିୟା କିମ୍ବା ଝାଡାବାନ୍ତି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଡାକ୍ତରୀ ଦଳ ଘଟଣାସ୍ଥଳରୁ ଫେରି ବିବରଣୀ ପ୍ରଦାନ କରିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ। ଘଟଣାସ୍ଥଳରେ ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ କୁମାର ଶବର ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଉପସ୍ଥିତ ରହି ମୃତ ଦୁଇ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡି ଡାକ୍ତରୀ ଦଳ ସହିତ ଜି.ଉଦୟଗିରି ବିଧାୟକ ପ୍ରତିନିଧି ପିଟର ଦିଗାଲ କର୍ମୀଙ୍କ ସହିତ ଗ୍ରାମରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦରେ ବିଳମ୍ବ ହେବାରୁ ପରିବାର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories