www.samajalive.in
Sunday, December 7, 2025
23.1 C
Bhubaneswar

ସହିଦନଗର ବୋମାମାଡ଼ ଘଟଣାରେ ୨ ଅଟକ

ସମାଜ ଡିଜିଟାଲ ଡେସ୍କ: ସହିଦନଗର ଓ୍ବିନର କ୍ଲବ ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ଏଯାଏ ଧରାପଡ଼ି ନାହାନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି।

ଶୁକ୍ରବାର ରାତିରେ ୩୦ରୁ ୪୦ ଯୁବକ ବାଇକରେ ଆସି ଓ୍ବିନର କ୍ଲବ ଉପରକୁ ୩ଟି ବୋମା ମାଡ଼ କରିବା ସହିତ କିଛି ବାଇକ ଏବଂ କାର ଭଙ୍ଗାରୁଜା କରି ଆତଙ୍କ ଖେଳାଇଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁବାର ଦିନ ବାଣ ଫୁଟାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। ଓ୍ବିନର କ୍ଲବର ସଦସ୍ୟମାନେ ବାଣ ଫୁଟାଉଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ଯୁବକ ପହଞ୍ଚି ଗଣ୍ଡଗୋଳ କରିଥିଲେ। କିନ୍ତୁ ପରେ ଗଣ୍ଡଗୋଳ ଥମି ଯାଇଥିଲା। ଶୁକ୍ରବାର ରାତିରେ କ୍ଲବ ପରିସରରେ ଏକ ଜନ୍ମଦିନ ଉତ୍ସବ ପାଳନ ସହିତ ବାଣ ଫୁଟାଯାଉଥିଲା। ଏହି ସମୟରେ ଯୁବକମାନେ ଆସି ବୋମା ସାଙ୍ଗକୁ ଢେଲାପଥର ମାଡ଼ କରିବା ସହିତ ବିଭିନ୍ନ ଧମକ ଦେଇ ଫେରାର ହୋଇଯାଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories