www.samajalive.in
Saturday, December 13, 2025
27.1 C
Bhubaneswar

କୂଅରୁ ଉଦ୍ଧାର ପରେ ଆକ୍ରମଣ କଲା ବାରହା, ଜଣେ ଗୁରୁତର

ଆଠଗଡ : କୂଅରେ ପଡିଥିବା ଏକ ବାରହାକୁ ଉଦ୍ଧାର କରିବା ପରେ ତା ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡଛି। ଗୁରୁତର ଆହତ ଜଳନ୍ଧର ଲେଙ୍କାଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ବିବରଣୀରୁ ପ୍ରକାଶ ଯେ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତରଡିଙ୍ଗ ଗ୍ରାମର ସ୍ବର୍ଗତ କୃଷ୍ଣଚନ୍ଦ୍ର ଦାଶଙ୍କ ଘର ପଛ ପାଖ କୂଅରେ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଏକ ବାରହା ଖସି ପଡିଥିଲା । ଭୋର ସମୟରେ କୂଅରେ ଏକ ବାରହା ପଡିଥିବା ଦେଖି ଗ୍ରାମର ସ୍ୱେଚ୍ଛାସେବୀ ସୁଜିତ ମିଶ୍ର ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଉଦ୍ୟମ ପରେ ଜାଲ ସାହାଯ୍ୟରେ ବାରହାକୁ ଉଦ୍ଧାର କରିଥିଲେ । ମାତ୍ର ବାରହାଟି ଜାଲରୁ ଖସି ଯାଇ ସେଠାରେ ଛିଡା ହୋଇଥିବା ଜଳନ୍ଧରଙ୍କ ଜଂଘ ଓ ହାତକୁ କାମୁଡି ଦେଇଥିଲା । ତେବେ ବାରହା କାମୁଡାରେ ଗଭୀର କ୍ଷତ ହୋଇ ଗୁରୁତର ଆହତ ହେବା ସତ୍ତ୍ୱେ ଜଳନ୍ଧର ସାହସର ସହିତ ବିରାଟକାୟ ବାରହାଟିକୁ ମାଡିବସିଥିଲେ। ସେହି ସମୟରେ ବନ କର୍ମଚାରୀମାନେ ତୁରନ୍ତ ଉକ୍ତ ବାରହାକୁ କାବୁ କରି ନେବା ସହ ତାକୁ ଜଙ୍ଗଲରେ ଛାଡି ଦେଇଥିଲେ । ବନ ବିଭାଗ ପକ୍ଷରୁ ଗୁରୁତର ଆହତ ଜଳନ୍ଧରଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories