www.samajalive.in
Tuesday, December 9, 2025
16.1 C
Bhubaneswar

ପାଲେଷ୍ଟାଇନକୁ ୩୦ ଟନ୍‌ ଡାକ୍ତରୀ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ : ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନକୁ ଭାରତ ସରକାର ୩୦ଟନ ଡାକ୍ତରୀ ସାମଗ୍ରୀ ପଠାଇଛନ୍ତି। ପଠାଯାଇଥିବା ଡାକ୍ତରୀ ସାମଗ୍ରୀ ମଧ୍ୟରେ ଅପରେସନ ପାଇଁ ଆବଶ୍ୟକ ଜିନିଷପତ୍ର, ଦାନ୍ତ ଚିକିତ୍ସା, କ୍ୟାନସର ଓ ଜୀବନ ରକ୍ଷାକାରୀ ଔଷଧ ରହିଛି। ଏହା ସହିତ ଉଚ୍ଚ ପୁଷ୍ଟିଯୁକ୍ତ ବିସ୍କୁଟ ପଠାଯାଇଛି। ଏହି ଅବସରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ପାଲେଷ୍ଟାଇନ ନାଗରିକଙ୍କ ପ୍ରତି ଭାରତର ସହାୟତା ଜାରି ରହିବ। ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଜାତିସଂଘ ରିଲିଫ୍ ଆଣ୍ଡ ୱାର୍କସ ଏଜେନ୍ସି (ୟୁଏନଆରଡବ୍ଲ୍ୟୁଏ) ମାଧ୍ୟମରେ ଭାରତ ଏହି ସହାୟତା ପଠାଇଛି। ଗତ ଜୁଲାଇରେ ମଧ୍ୟ ଭାରତ ସରକାର ୟୁଏନଆରଡବ୍ଲ୍ୟୁଏ ମାଧ୍ୟମରେ ପାଲେଷ୍ଟାଇନକୁ ୨୫ଲକ୍ଷ ଡଲାର ସହାୟତା ପ୍ରଦାନ କରିଥିଲେ। ପାଲେଷ୍ଟାଇନର ଗାଜା ଉପରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ନିବେଦନ କରିଆସୁଛି। ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିଲାଗି ଭାରତ ଉଦ୍‌ବେଗ ପ୍ରକାଶ କରିଛି। ସେହିପରି ଗତବର୍ଷ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଯେଉଁ ଆକ୍ରମଣ କରିଥିଲା ତାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ନିନ୍ଦା କରିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories