www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ-ଚୀନ ସୀମା ବିବାଦ : ଦେପ୍‌ସାଙ୍ଗ, ଡେମଚୋକ୍‌ରୁ ଶିବିର ଉଚ୍ଛେଦ

ନୂଆଦିଲ୍ଲୀ : ଭାରତ ଓ ଚୀନ ସୀମାର ଦେପ୍‌ସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ସେନା ଶିବିର ଉଚ୍ଛେଦ କାର୍ଯ୍ୟ ପ୍ରାୟତଃ ଶେଷ କରିଛନ୍ତି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଅବସ୍ଥିତ ଏହି ଦୁଇ ବିବାଦୀୟ ଅଞ୍ଚଳରୁ ଶିବିର ଉଚ୍ଛେଦ କାର୍ଯ୍ୟ ଶେଷ ପରେ ଏହାର ମିଳିତ ଯାଞ୍ଚ କରାଯାଇଛି। ପାରସ୍ପରିକ ବିଶ୍ବାସ ଆଧାରରେ ଉଭୟ ଦେଶର ସେନା ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ସହିତ ଶିବିରଗୁଡିକୁ ଉଠାଇ ନେଇଛନ୍ତି। ଅକ୍ଟୋବର ୨୧ରେ ହୋଇଥିବା ବୁଝାମଣା ଆଧାରରେ ଦୁଇଦେଶ ନିଜର ସୈନ୍ୟକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏଠାରେ ଦୁଇଦେଶ ମିଳିତ ଭାବେ ପାଟ୍ରୋଲିଂ କରିବେ। ୨୦୨୦ ଏପ୍ରିଲରେ ଏଠାରେ ଯେଉଁ ପରିସ୍ଥିତି ରହିଥିଲା ତାକୁ ବଜାୟ ରଖାଯିବ। ମିଳିତ ପାଟୋଲିଂ ଲାଗି ଉଭୟ ଦେଶର ସ୍ଥାନୀୟ କମାଣ୍ଡର ପ୍ରତିଦିନ ସକାଳେ ହଟ୍‌ଲାଇନ ଯୋଗେ କଥାବାର୍ତ୍ତା କରି ସମନ୍ବିତ ଯୋଜନା ପ୍ରସ୍ତୁତ କରିବେ। ଏହା ସହିତ ଦୁଇଦିନରେ ଥରେ ଉଭୟ ଦେଶର କମାଣ୍ଡର ନିର୍ଦ୍ଦିଷ୍ଟ ସ୍ଥାନରେ ବସି ବୈଠକ କରିବେ। ବୈଠକରେ ସୀମା ସ୍ଥିତିର ସମୀକ୍ଷା କରାଯିବ। ଗଲୱାନ ଅଞ୍ଚଳର ୪ଟି ବଫର ଜୋନ୍‌ରେ ଲାଗି ରହିଥିବା ବିବାଦ ଉପରେ କୌଣସି ଆଲୋଚନା ହୋଇନାହିଁ। ଦେପ୍‌ସାଙ୍ଗ ଓ ଡେମଚୋକ୍‌ର ପାଟ୍ରୋଲିଂ କାର୍ଯ୍ୟ ସଫଳ ହେବା ପରେ ଗଲୱାନ ପରିସ୍ଥିତି ବାବଦରେ ଆଲୋଚନା କରାଯିବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories