www.samajalive.in
Sunday, December 14, 2025
26.1 C
Bhubaneswar

ଖୋଲିଲା ଶିମିଳିପାଳ: ଯଶିପୁର ଦେଇ ପ୍ରବେଶ ଅନୁମତି

ବାରିପଦା : ବାତ୍ୟା ‘ଦାନା’ ଏବଂ ପ୍ରବଳ ବର୍ଷା ପାଇଁ ଶିିମିଳିପାଳ ଅଭୟାରଣ୍ୟ ଗତ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଖୋଲିଛି। ତେବେ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଗତକାଲି କେବଳ ଯଶିପୁରର କାଳିଆଣି ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦାର ପିଠାବଟା ଦେଇ ପର୍ଯ୍ୟଟକଙ୍କ ପ୍ରବେଶକୁ ଏବେ ବନ୍ଦ ରଖାଯାଇଛି। ମଙ୍ଗଳବାର ଯଶିପୁର ଦେଇ ଦୁଇ ମହିଳାଙ୍କ ସମେତ ମୋଟ ୧୩ ଜଣ ପର୍ଯ୍ୟଟକ ଦୁଇଟି ଗାଡିରେ ଶିମିଳିପାଳ ଭ୍ରମଣ ପାଇଁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ପିଠାବଟା ପ୍ରବେଶ ପଥ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଓ ମରାମତି ପରେ ହିଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories