www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୂର୍ବ ଦୀପାବଳି ଉତ୍ସବ ପାଳନ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞ୍ଜ ମଣ୍ଡପ ଠାରେ ଆଜି ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀଙ୍କ ଅଧକ୍ଷତାରେ ପୂର୍ଵ  ଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ। ତାହାସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଲୋଗୋରେ ରହିଥିବା ‘ତୋମୋସୋମା ଜୋତିର୍ଗ ମୟ’ର ମହତ୍ୱଜୁ ନଜରରେ ରଖି ବାୟୁ ମଣ୍ଡଳ ପଦୂଷଣ ରୋକିବା ପାଇଁ ଶବ୍ଦ ବାଣ ବ୍ୟବହାର ନକରି ଦୀପ ଜାଳି ଦୀପାବଳି ପାଳନ କରିବାକୁ କହିଥିଲେ। ଅନ୍ଧାରକୁ ଆଲୋକମୟ କରିବା ଦ୍ୱାରା ଶୁଚିନ୍ତନ, ଶୁଜ୍ଞାନ, ଶୁସମ୍ପର୍କ ଗଢିପାରିବ ବୋଲି କହିଥିଲେ। ଦୀପ ହୋଇ ବିଶ୍ଵବିଦ୍ୟାଳୟର ଟେକ ରଖିବା ସହ ଭଲ ପାଠପାଢ଼ିବା ସହ ଭଲ ମଣିଷ ହେବା ପାଇଁ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ହଷ୍ଟେଲ ୱାଡେନ ପ୍ରଫେସର ସୁଧାକର ପାତ୍ର, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଗଡାମାଝୀ, ଯୁଗ୍ମ ସଚିବ ଡ଼. ବାବୁଜୀ ସାମଲ, ଏନ ଏସ ଏସ ସଂଯୋଜକ ଡ଼. ଜୟନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ l ପରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories