www.samajalive.in
Sunday, December 14, 2025
16.1 C
Bhubaneswar

ଗୋବର୍ଦ୍ଧନପୁର ସରପଞ୍ଚଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚମାନଙ୍କ ବିରୋଧରେ ସିରିଜ ଅନାସ୍ଥା ପ୍ରସ୍ତାବ ଅଭିଯୋଗ ଜାରି ରହିଥିବାବେଳେ ଏଥିରେ ସାମିଲ ହୋଇଛି ଲାଞ୍ଜିଗଡ ବ୍ଲକ। ବ୍ଲକର ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀଙ୍କ ନାଁରେ ଉଠିଛି ସଙ୍ଗୀନ ଅଭିଯୋଗ। ପଂଚାୟତିରାଜ ଆଇନର ଖୋଲାଖୋଲି ଉଲ୍ଲଂଘନ ସହିତ ବିଭିନ୍ନ ଆର୍ଥିକ ଅନିୟମିତତା, ଦୁର୍ନୀତିରେ ସଂପୃକ୍ତ ରହିବା, ସରପଂଚଙ୍କ ବଦଳରେ ତାଙ୍କ ସ୍ୱାମୀ ପଂଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା, ଉନ୍ନୟନମୂଳକ କାର୍ଯ୍ୟରେ ଅବହେଳା, ୱାର୍ଡସଭ୍ୟ, ସଭ୍ୟାମାନଙ୍କୁ ଅଣଦେଖା କରିବା, ମାସିକ ବୈଠକ ଡାକିବାରେ ଅବହେଳା କରିବା ଆଦି ଅଭିଯୋଗରେ ଗୋବର୍ଦ୍ଧନପୁର ସରପଂଚ ଶ୍ରୀମତୀ ବୈଦେହୀ ମାଝୀ ସମସ୍ତ ସଭ୍ୟ, ସଭ୍ୟାଙ୍କ ବିଶ୍ୱାସ ହରାଇଥିବାରୁ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ଓ ଏଥିପାଇଁ ତାରିଖ ଧାର୍ଯ୍ୟ କରିବାକୁ ୱାର୍ଡ ସଭ୍ୟସଭ୍ୟାମାନେ ଗୁପ୍ତ ବୈଠକରେ ସାମିଲ ହେଉଥିବା ଖବର ସାମ୍ନାକୁ ଆସିଛି। ସରପଞ୍ଚ ଭାବେ ଶ୍ରୀମତୀ ମାଝୀ ଦାୟିତ୍ୱ ନେବା ପରଠାରୁ ପଂଚାୟତର ବିକାଶମୂଳକ କାର୍ଯ୍ୟଗୁଡିକ ଠପ ହୋଇଯାଇଛି। ଲୋକେ ଯେଉଁ ବିଶ୍ୱାସ ନେଇ ଆମକୁ ନିର୍ବାଚିତ କରି ପଠାଇଥିଲେ ସରପଂଚ ଓ ତାଙ୍କ ସ୍ୱାମୀଙ୍କ ଦୌରାତ୍ମ୍ୟ ଯୋଗୁଁ ସବୁ ଫସର ଫାଟିଯାଇଛି। ସମସ୍ତ ସରକାରୀ ଓ ଅଫିସ କାର୍ଯ୍ୟରେ ସରପଂଚଙ୍କ ସ୍ୱାମୀ ତପନ କୁମାର ମାଝୀ ଲଗାତାର ହସ୍ତକ୍ଷେପ କରିବା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଯାହାଫଳରେ ଆମର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରୁନୁ ଆଉ ପଂଚାୟତର ଉନ୍ନୟନ କାର୍ଯ୍ୟ ମଧ୍ୟ ସାଧିତ ହୋଇପାରୁନି ବୋଲି ଅଭିଯୋଗ ଆଣିଛନ୍ତି ୱାର୍ଡ ସଭ୍ୟ, ସଭ୍ୟା। ଏପରିକି ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଗ୍ରାମ ରୋଜଗାର ସେବକ ବିଭୂଦାନନ୍ଦ ଭୋଇଙ୍କ ସମେତ ଗାଁ ସାଥୀମାନେ ଏଥିରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିବା ନେଇ ସୂଚନା କର୍ମୀ ଜଗନ୍ନାଥ ପଣ୍ଡା ଅଭିଯୋଗ ଆଣିଛନ୍ତି। ସେହିପରି ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ବି ଶ୍ରୀମତୀ ମାଝୀ ଗାଁସାଥୀ ପଦବୀରେ ଥିବା ଓ ମନରେଗା ଯୋଜନାର ଟଙ୍କା ହରିଲୁଟ କରିଥିବା ଶ୍ରୀ ପଣ୍ଡା ଅଭିଯୋଗ ଆଣିଛନ୍ତି। ସେହିପରି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ  କାର୍ଯ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ପିସି କାରବାର ହେଉଥିବା ଅଭିଯୋଗ ହେଉଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଅଡିଓ ରେକର୍ଡ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲିବା ଚର୍ଚ୍ଚାର ବିଷୟ ହୋଇଛି। ପଞ୍ଚାୟତର ଏହି କେଳେଙ୍କାରୀ ବିରୋଧରେ କିଛି ଲୋକ ଭିଜିଲାନ୍ସର ଦ୍ୱାରସ୍ତ ହେବାକୁ ସଜବାଜ ହେଉଥିବା ମଧ୍ୟ ଖବର ମିଳିଛି। ତେବେ ଏହି ସମସ୍ତ ଅଭିଯୋଗକୁ ସରପଞ୍ଚ ଶ୍ରୀମତୀ ମାଝୀ ଓ ନିର୍ବାହୀ ଅଧିକାରୀ ଖଣ୍ଡନ କରିବା ସହିତ ସେମାନଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି କହିଥିବାବେଳେ ଗ୍ରାମ ରୋଜଗାର ସେବକ ବିଭୂଦାନନ୍ଦ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ଏସବୁ ଅଭିଯୋଗକୁ ନେଇ ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡାଙ୍କ ନେତୃତ୍ୱରେ ୧୦ରୁ ଅଧିକ ୱାର୍ଡ ସଭ୍ୟ, ସଭ୍ୟା କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ,  ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା,  ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ଦେବା ସହିତ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories