ମୋମୋ ଖାଇ ମହିଳା ମୃତ; ୨ଶିଶୁ ସମେତ ୫୦ ଚିିକିତ୍ସାଧୀନ, ୨ ଗିରଫ, ଭୟଭୀତ କରିବ ଘଟଣା..

ହାଇଦ୍ରାବାଦ: ବଞ୍ଜାରା ହିଲ୍ସରେ ରାସ୍ତାକଡରେ ଥିବା ଏକ ଦୋକାନରେ ମୋମୋ ଖାଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ରେଶମା ବେଗମ । ଏହାସହ ପ୍ରାୟ ୫୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ସପ୍ତାହିକ ଛୁଟି କଟାଇବାକୁ ଆସିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି ଲୋକେ ସୋମବାର ପୁଲିସ ନିକଟରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ଏହା ପରେ ଘଟଣା ସାମ୍ନାକୁ ଆସିଥିଲା । ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୋମୋ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ କରାଯାଇଛି । ମୋମୋ ଖାଇବା ପରେ ମହିଳାଙ୍କର ବାନ୍ତି ସହ ଝାଡା ହୋଇଥିଲା । ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

ପୁଲିସ କହିବାନୁଯାୟୀ, ରେଶମା ବେଗମ (୩୧) ଓ ତାଙ୍କ ୧୨ ଓ ୧୪ ବର୍ଷର ଝିଅ ୨୫ ଅକ୍ଟୋବରରେ ସେହି ରାସ୍ତାକଡ ଦୋକାନରୁ ମୋମୋ ଖାଇବା ପରେ ୩ ଜଣଙ୍କର ଖାଦ୍ୟ ବଦହଜମି ସମସ୍ୟା ଆରମ୍ଭ ହୋଇଥିଲା । ବାନ୍ତି, ଝାଡା ସହ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ହସ୍ପିଟାଲରେ ରେଶମାଙ୍କ ମୃତ୍ୟୁ ହେବା ପରେ ୨ ଶିଶୁଙ୍କ ଚିକିତ୍ସା ଜାରି ରହିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଖାଦ୍ୟ ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା ପାଇଁ ପଠାଯାଇଛି ।

ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ..

Comments are closed.