www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୫ରୁ ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ : ଆସନ୍ତା ବର୍ଷରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ କରାଯିବ ଓ ୨୦୨୬ରେ ଏହି କାର୍ଯ୍ୟ ଶେଷ ହେବ। ଜନଗଣନା କାର୍ଯ୍ୟ ଶେଷ ପରେ କେନ୍ଦ୍ର ସରକାର ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବେ। ୨୦୨୮ ସୁଦ୍ଧା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କଂଗ୍ରେସ ନେତୃତ୍ବ ବିରୋଧୀ ‘ଇଣ୍ଡି’ ମେଣ୍ଟ ଜାତିଭିତ୍ତିକ ଜନଗଣନା ଲାଗି ଦାବି କରିଆସୁଥିବାବେଳେ ସରକାର ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି।​‌ ୨୦୨୫ରୁ ହେବାକୁ ଯାଉଥିବା ଜନଗଣନାରେ ସାଧାରଣ ବର୍ଗ ସହିତ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି ଓ ଏସ୍‌ଟି)ଙ୍କ ସଂଖ୍ୟା ଆକଳନ କରାଯିବ। ଜାତିଭିତ୍ତିକ ଜନଗଣନା ଦାବିକୁ ସରକାର ଅଗ୍ରାହ୍ୟ କରିଥିବାରୁ କଂଗ୍ରେସ ନେତା ମଣିକମ୍ ଟାଗୋର କହିଛନ୍ତି ଯେ ସରକାର ଓବିସି ବର୍ଗଙ୍କୁ ପ୍ରତାରିତ କରିଛନ୍ତି। ଏହା ଦ୍ବାରା ଓବିସି ବର୍ଗଙ୍କୁ ସରକାରରେ ଉପଯୁକ୍ତ ପ୍ରତିନିଧିତ୍ବରୁ ବଞ୍ଚିତ କରାଯାଉଛି। ଏହି ପ୍ରସଙ୍ଗରେ ଆରଏସଏସ୍, ଜେଡିୟୁ ଓ ଟିଡିପି ଲୋକଙ୍କ ପାଇଁ ସ୍ବର ଉଠାଇବେ ନା ନିରବ ରହିବେ ତାହା ଆଗାମୀ ଦିନରେ ଜଣାପଡିବ। ବିଜେପିର ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ଦେଇଛନ୍ତି। ସେହିପରି ବିଜେପିର ମାର୍ଗଦର୍ଶକ କୁହାଯାଉଥିବା ଆରଏସ୍‌ଏସ୍ ମଧ୍ୟ ନିକଟରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ଦେଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories