www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲ ବିରୋଧରେ ଜାତିସଂଘରେ ଫେରାଦ ହେଲା ଇରାକ

ବାଗଦାଦ: ଇସ୍ରାଏଲ ବିରୋଧରେ ଜାତିସଂଘରେ ଅଭିଯୋଗ ଉଠାଇଛି ଇରାକ। ଶୁକ୍ରବାର ବିଲମ୍ବିତ ରାତିରେ ଇରାନ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଥିଲା। ଏହି ବିମାନ ଆକ୍ରମଣ ପାଇଁ ଇରାକର ବାୟୁସୀମାକୁ ଇସ୍ରାଏଲ ବ୍ୟବହାର କରିଥିଲା। ଇସ୍ରାଏଲର ଯୁଦ୍ଧବିମାନ ଇରାକର ବାୟୁସୀମା ଦେଇ ଇରାନ ଯାଇଥିଲା। ଇରାକର ବାୟୁସୀମାକୁ ଇସ୍ରାଏଲ ଯୁଦ୍ଧବିମାନ ବିନା ଅନୁମତିରେ ବ୍ୟବହାର କରିଥିବାରୁ ବାଗଦାଦ ସୋମବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଓ ଜାତିସଂଘ ସୁରକ୍ଷା ପରିଷଦ ନିକଟକୁ ଚିଠି ଲେଖି ଅଭିଯୋଗ କରିଛି। ଅଭିଯୋଗରେ ଇରାକ ସରକାରଙ୍କ ମୁଖପାତ୍ର ବାସିମ ଅଲୱାଡି କହିଛନ୍ତି ଯେ ଇସ୍ରାଏଲ ସେନାର ଏହି କାର୍ଯ୍ୟ ଦେଶର ସାର୍ବଭୌମତ୍ବକୁ ଉଲ୍ଲଙ୍ଘନ କରିଛି। ଇସ୍ରାଏଲର ଏପରି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ଅଲୱାଡି କହିଛନ୍ତି ଯେ ଇସ୍ରାଏଲର ଏପରି କାର୍ଯ୍ୟ ବିରୋଧରେ ଇରାକ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ସହିତ ଆଲୋଚନା କରିବ। କାରଣ ଆମେରିକା ହେଉଛି ଇସ୍ରାଏଲର ପରମ ବନ୍ଧୁ ଓ ଅସ୍ତ୍ର ଯୋଗାଣକାରୀ ରାଷ୍ଟ୍ର। ଅନ୍ୟପଟେ ଇରାନ ସେନା କହିଛି ଯେ ଇରାକସ୍ଥିତ ଆମେରିକା ଅଧିକୃତ ବାୟୁସୀମା ମଧ୍ୟରେ ଥାଇ ଇସ୍ରାଏଲ ଯୁଦ୍ଧବିମାନ ଦୂରଗାମୀ କ୍ଷେପଣାସ୍ତ୍ର ମାଡ କରିଥିଲା। ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ୍ ବଘେଇ କହିଛନ୍ତି ଯେ ତେହରାନର କୌଣସି ପଡୋଶୀ ରାଷ୍ଟ୍ର ଏହାର ବାୟୁସୀମାକୁ ବ୍ୟବହାର ଲାଗି ଇସ୍ରାଏଲକୁ ଅନୁମତି ଦେଇନାହିଁ। ଏହି ପ୍ରସଙ୍ଗରେ ଇରାକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଇରାନ ସହିତ ଇରାକର ବନ୍ଧୁତା ରହିଥିଲେ ମଧ୍ୟ ଆମେରିକା ସହିତ ଏହାର ସାମରିକ ସମ୍ପର୍କ ରହିଛି। ତେଣୁ ଆମେରିକାର କହିବା ଆଧାରରେ ଇରାକ ଏହାର ବାୟୁସୀମା ଦେଇ ଇସ୍ରାଏଲ ଯୁଦ୍ଧବିମାନକୁ ଯିବା ଲାଗି ପରୋକ୍ଷରେ ଅନୁମତି ଦେଇଛି। ଇସ୍ରାଏଲ ବର୍ଷାଧିକ କାଳ ଗାଜାର ହମାସ ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଚଳାଇଛି। ଏହା ସହିତ ଲେବାନନ୍‌ର ହେଜବୋଲ୍ଲା ଓ ଇରାନ ବିରୋଧରେ ମଧ୍ୟ ଇସ୍ରାଏଲ ଯୁଦ୍ଧ ଚଳାଇଛି।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories