www.samajalive.in
Friday, December 12, 2025
15.1 C
Bhubaneswar

ସାଇବର ଅପରାଧର ଦ୍ରୁତ ବୃଦ୍ଧି ଚିନ୍ତାଜନକ : ଡିଜି

ଭୁବନେଶ୍ବର : ସାଇବର ଅପରାଧ ଯେଉଁପରି ଦ୍ରୁତଗତିରେ ବୃଦ୍ଧି ପାଉଛି ତାହା ଏବେ ଚିନ୍ତା ଜନକ। ଏବେଠାରୁ ଏହାର ତଦନ୍ତ ପାଇଁ ପୁଲିସ ବିଭାଗର ଦକ୍ଷତା ବୃଦ୍ଧି କରିବା ଲାଗି ଓଡ଼ିଶା ପୁଲିସ ଗୁରୁତ୍ବଦେଇ ଆସୁଛି ବୋଲି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା । ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଦ୍ବିତୀୟ ଦିବସରେ ମହାନିର୍ଦେଶକ ଡ. ଶର୍ମା କହିଛନ୍ତି, ରାଜ୍ୟ ପୁଲିସ ସାଇବର ଅପରାଧକୁ ମୁକାବିଲା କରିବା ଲାଗି ଏକ ପ୍ରକାର ପ୍ରସ୍ତୁତ ରହିଛି। ତଥାପି ସାଇବର ଅପରାଧର ଆକାର ଯେଉଁ ଗତିରେ ବୃଦ୍ଧି ପାଉଛି, ତା’ର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ ବୋଲି ସେ ମତ ଦେଇଛନ୍ତି। ଦ୍ବିତୀୟ ଦିନ ସାଇବର ଅପରାଧର ତଦନ୍ତ ପ୍ରସଙ୍ଗରେ ଏକ ଅଧିବେଶନରେ ଗୋଆର ଡିଜିପି ଡ. ମୁକ୍ତେଶ୍‌ ଚନ୍ଦ୍ର କହିଛନ୍ତି, ଫେସ୍‌ବୁକ୍‌ ଏବଂ ୱେବ୍‌ସାଇଟ୍ ହାକିଂ ଭିତରେ ସାଇବର ଅପରାଧ ସୀମିତ ହୋଇ ରହିନାହିଁ। ଆର୍ଥିକ ଅପରାଧ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର ଭିତ୍ତିଭୂମି ଏବେ ଅସୁରକ୍ଷିତ ହୋଇପଡିଛି। ସାଇବର ଅପରାଧୀଙ୍କ ନଜର ଏବେ ବ୍ୟାଙ୍କ, ଶକ୍ତି ଓ ପରିବହନ ଭଳି ସଂସ୍ଥାର ତଥ୍ୟ ଉପରେ ପଡ଼ିଛି। ସାଇବର ଅପରାଧ ସୀମା ନାହିଁ। ଅପରାଧୀ ବିଶ୍ବର ଯେକୌଣସି କୋଣରୁ ଅପରାଧ ଘଟାଇ ପାରିବ ବୋଲି କହିଛନ୍ତି ଡିଜି ଡ. ଚନ୍ଦ୍ରା। ଏଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଓଡ଼ିଶାର ପୁଲିସ ଅଧିକାରୀ ସାଇବର ଅପରାଧ ସମ୍ପର୍କରେ ବେଶ୍‌ ସଚେତନ ଅଛନ୍ତି। ସାଇବର ଅପରାଧୀଙ୍କର ଏବେ ଟାର୍ଗେଟରେ ରହିଛି ବ୍ୟାଙ୍କ। ୨୦୧୮ରେ ପୁନେର କସ୍‌ମସ୍‌ ବ୍ୟାଙ୍କ ଆକାଉଣ୍ଟରୁ ୯୪ କୋଟି ଟଙ୍କା ଉଭାନ ହୋଇଯାଇଥିଲା। ତେବେ ଏହି ମାମଲାରେ ପୁଲିସକୁ ସେଭଳି ସଫଳତା ମିଳି ନ ଥିଲା।
୨୦୧୮ରେ ସାଇବର ଅପରାଧ ସମ୍ପର୍କରେ ଓଡ଼ିଶାରେ ୮୦୦ ମାମଲା ରୁଜୁ ହୋଇଥିବା ଡିଜି ଡା, ଶର୍ମା ସୂଚନା ଦେଇଛନ୍ତି। ୨୦୧୬ରେ ଦେଶରେ ଏଥିନେଇ ୧୨୦୦୦ ମାମଲା ପଞ୍ଜିକୃତ ହୋଇଥିଲା। ହେଲେ ଯେଉଁ ଭଳି ଅପରାଧ ଘଟୁଛି ତାକୁ କିପରି ରୋକାଯାଇ ପାରିବ ସେଥିପାଇଁ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଡିଜି ଡ. ଚନ୍ଦ୍ରା ମତ ଦେଇଥିଲେ। ଦ୍ବିତୀୟ ଦିନ ସମ୍ମିଳନୀରେ ରାଜ୍ୟର ଅନ୍ୟ ଏକ ଚିନ୍ତାଜନକ ପ୍ରସଙ୍ଗ ସଡ଼କ ଦୁର୍ଘଟଣା ନେଇ ଆଲୋଚନା ହୋଇଥିଲା। ପରିବହନ କମିସନର ସଞ୍ଜୀବ ପଣ୍ଡା ଏସମ୍ପର୍କରେ ତାଙ୍କ ମତ ରଖିଥିଲେ। ୫୦୦୦ରୁ ଅଧିକ ଲୋକଙ୍କର ପ୍ରତିବର୍ଷ ମୃତ୍ୟୁ ଘଟୁଛି। ତେଣୁ ସଡ଼କ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଇଥିଲା। ରାଜ୍ୟର ଥାନାଗୁଡ଼ିକ କିପରି ବିନା କାଗଜପତ୍ରରେ କାର୍ଯ୍ୟ କରିବ ସେଥିପାଇଁ ଏସ୍‌ସିଆର୍‌ବିର ନିର୍ଦେଶକ ସୁଧାଂଶୁ ଶେଖର ଷଡଙ୍ଗୀ ପ୍ରସ୍ତାବ ଦେଇଥିଲେ। ଆସନ୍ତାକାଲି ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବ। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories