www.samajalive.in
Thursday, December 11, 2025
15.1 C
Bhubaneswar

ସେନା ପୁଲିସରେ ୨୦% ମହିଳା ନିଯୁକ୍ତି ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : ଏଣିକି ସେନା ପୁଲିସରେ ୨୦% ମହିଳାଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କୁ ଅଧିକାରୀପାହ୍ୟାର ନିମ୍ନ କର୍ମଚାରୀ (ପର୍ସନାଲ ବିଲୋ ଅଫିସ୍‍ର ର‍୍ୟାଙ୍କ) ବା (ପିବିଓଆର) ଭାବେ ନିଯୁକ୍ତି ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ଐତିହାସିକ ବୋଲି ନିର୍ମଳା କହିଛନ୍ତି। ସେନାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ମଳା ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି।
ଏହାସହ ସେ ଲେଖିଛନ୍ତି ଯେ ପ୍ରଥମ ଥର ପିବିଓଆର ଭୂମିକାରେ ସେନା ପୁଲିସରେ ମହିଳାଙ୍କୁ ନିଯୁକ୍ତି ଦିଆଯିବ। ଏହା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସେନା ପୁଲିସ୍‍ରେ ମହିଳାଙ୍କୁ ଭର୍ତ୍ତି କରାଯିବ ବୋଲି କହିଥିଲେ। ବର୍ତ୍ତମାନ ସେନାର ମେଡିକାଲ, ଆଇନଗତ, ଶିକ୍ଷା, ଟ୍ରାଫିକ୍‍ ଏବଂ ଇଂଜିନିୟରିଂ ଭଳି ବିଭିନ୍ନ ବିଭାଗରେ ମହିଳାମାନେ କାର୍ଯ୍ୟ କରୁଛନ୍ତି। ସେନା ପୁଲିସ୍‍ରେ ନିଯୁକ୍ତି ପାଇବା ପରେ ମହିଳା ପିବିଓଆର ଅଧିକାରୀମାନେ ବଳାତ୍କାର, ଶୋଷଣ, ଚୋରି ଆଦି ମାମଲାର ତଦନ୍ତ ଭାର ନେବେ। ଏପରିକି ସେନା ଅଭିଯାନରେ ଆବଶ୍ୟକ ବେଳେ ସହଯୋଗ କରିବେ। ଏହାସହ ତଲାସୀ ଅଭିଯାନ, ଘେରାବନ୍ଦୀ ଅଭିଯାନ, ମହିଳା ଓ ପିଲା ସାମିଲ ଥିବା ଶରଣାର୍ଥୀଙ୍କ ଭିଡ଼ ନିୟନ୍ତ୍ରଣରେ ମହିଳା ସେନା ପୁଲିସ୍‍ଙ୍କୁ ମୁତୟନ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories